ସତ୍ୟପାଠ 24/12 ଭୁବନେଶ୍ବର: ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ଜିଲ୍ଲା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ପଞ୍ଚାୟତିରାଜ ବିଭାଗ । ତାଲିକାକୁ ନେଇ ଯଦି କୌଣସି ଆପତ୍ତି ଥାଏ ତେବେ ଅଭିଯୋଗ ଏବଂ ପରାମର୍ଶ ଗ୍ରହଣ କରିପାରିବେ । ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସଂରକ୍ଷଣ ତାଲିକାକୁ ନେଇ କୌଣସି ଅଭିଯୋଗ କିମ୍ବା ପରାମର୍ଶ ପାଇଁ ଜାନୁଆରୀ ୧ ତାରିଖ ଯାଏଁ ସମୟ ଦିଆଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ମହିଳାଙ୍କ ପାଇଁ ସଂରକ୍ଷଣ ଥିବା ଜିଲ୍ଲାଗୁଡିକ ହେଉଛି- ଖୋର୍ଦ୍ଧା, ଗଞ୍ଜାମ, ଝାରସୁଗୁଡା । ଅନୁଗୁଳ, କଟକ, କେନ୍ଦୁଝର, ଗଜପତି, ଦେବଗଡ, ନୟାଗଡ, ସୋନପୁର ଅଣସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି । ସେହିଭଳି ମୟୁରଭଞ୍ଜ, ସୁନ୍ଦରଗଡ, ନବରଙ୍ଗପୁର ଜିଲ୍ଲାରେ ଅନୂସୁଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି ।





