ଟାର୍ଗେଟ ଏବଂ ସମୟ ସ୍ଥିର କରିବାକୁ ସେନାକୁ ସମ୍ପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଛି: ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ଉଚ୍ଚ ସ୍ତରୀୟ ବୌଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସେନାର ସାମର୍ଥ୍ୟ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ସେ କହିଛନ୍ତି ସମୟ ଏବଂ ଟାର୍ଗେଟ ସେନା ସ୍ଥିର କରିବ। ଆତଙ୍କବାଦକୁ ଚୂର୍ଣ୍ଣ କରିବା ଆମର ଜାତୀୟ ସଂକଳ୍ପ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ସଶସ୍ତ୍ର ବାହିନୀର ସାମର୍ଥ୍ୟ ଉପରେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ଏବଂ ବିଶ୍ୱାସ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମର ପ୍ରତିକ୍ରିୟାର ପଦ୍ଧତି, ଲକ୍ଷ୍ୟ ଏବଂ ସମୟ ସ୍ଥିର କରିବାକୁ ତାଙ୍କର ସମ୍ପୂର୍ଣ୍ଣ ସ୍ୱାଧୀନତା ରହିଛି । ତେବେ ପ୍ରଧାନମନ୍ତ୍ରୀ ତାଙ୍କ ବାସଭବନରେ ଦେଢ଼ ଘଣ୍ଟା ଧରି ଏକ ଉଚ୍ଚ ସ୍ତରୀୟ ବୌଠକ କରିଥିଲେ।

ଏହି ବୌଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସିଡିଏସ୍ ଅନିଲ ଚୌହାନ, ଏନଏସଏ ଅଜିତ ଡୋଭାଲ ଏବଂ ତିନି ସେନାର ମୁଖ୍ୟ ଯୋଗ ଦେଇଥିଲେ। ଏହି ବୌଠକ ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିଲା ଏବଂ ଏହା ପରେ ସରକାରଙ୍କ ବିବୃତ୍ତି ବାହାରିଲା। ଏହି ବୌଠକ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାକୁ ଆସିଥିବାର ଦେଖିବାକୁ ମିଳିଛି । ଏହା ପରେ ରାଏସଏସ ମୁଖ୍ୟ ମୋହନ ଭଗବତ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୌଠକ ଚାଲିଥିଲ। ।

ଅନ୍ୟପଟେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ମହମ୍ମଦ ଆସିଫ କହିଛନ୍ତି ଯେ ଦୁଇ ଆଣବିକ ଅସ୍ତ୍ରଶସ୍ତ୍ର ବିଶିଷ୍ଟ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ପାକିସ୍ତାନ ସମ୍ପୂର୍ଣ୍ଣ ସତର୍କ ଅଛି ଏବଂ ଯେତେବେଳେ ଆମର ଅସ୍ତିତ୍ୱ ପ୍ରତି ସିଧାସଳଖ ବିପଦ ଆସେ ସେତେବେଳେ ଆମେ ପରମାଣୁ ଅସ୍ତ୍ର ବ୍ୟବହାର କରିବୁ। ପାକିସ୍ତାନ ସୀମାରେ ସେନାକୁ ବୃଦ୍ଧି କରାଯାଇଛି ବୋଲି ଖ୍ୱାଜା ଆସିଫ କହିଛନ୍ତି।

Related Posts