ପାକିସ୍ତାନର ୱିକେଟ କିପର ବ୍ୟାଟସମ୍ୟାନ ମହମ୍ମଦ ରିଜୱାନ ନିଜ ନାଁ ରେ ଯୋଡି ଛନ୍ତି ବିଶ୍ୱ ରେକର୍ଡ | ଟି-୨୦ରେ ବିଶ୍ୱର ପ୍ରଥମ ବ୍ୟାଟସମ୍ୟାନ ଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୨ ହଜାରର ରନ୍ ପୂରଣ କରିଛନ୍ତି । ତାଙ୍କ ପୂର୍ବରୁ ଗୋଟିଏ ବର୍ଷରେ କୌଣସି ଖେଳାଳି ଏପରି ରେକର୍ଡ କରିପାରି ନଥିଲେ।
ଗୁରୁବାର ୱେଷ୍ଟଇଣ୍ତିଜ ବିପକ୍ଷ ୩ୟ ଟି-୨୦ରେ ରିଜୱାନ ମ୍ୟାଚ୍ ବିଜୟୀ ଇନିଂସ ଖେଳିବା ସହ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ପାକିସ୍ତାନକୁ ଇଣ୍ଡିଜ୍ ଦେଇଥିବା ୨୦୮ ରନ୍ର ଟାର୍ଗେଟକୁ ପିଛା କରିବା ବେଳେ ରିଜୱାନ ୧୧ତମ ଓଭରରେ ଏପରି ସଫଳତା ପାଇଛନ୍ତି।
ପାକିସ୍ତାନ ମାତ୍ର ୩ ୱିକେଟ ହରାଇ ୭ ବଲ୍ ପୂର୍ବରୁ ୨୦୮ ରନ୍ ଟାର୍ଗେଟ ହାସଲ କରିବା ସହ ୩-୦ରେ ସିରିଜ୍ ଜିତିଛି। ଏହି ମ୍ୟାଚ୍ରେ ରିଜୱାନ ୪୫ ବଲ୍ରେ ୮୭ ରନ୍ର ଇନିଂସ ଖେଳିଥିଲେ। ୮୭ ରନ୍ କରିବା ସମୟରେ ସେ ୧୦ଟି ଚୌକା ୩ଟି ବିଶାଳ ଛକା ମାରିଛନ୍ତି। ରିଜୱାନଙ୍କ ପାର୍ଟନର ତଥା ଅଧିନାୟକ ବାବର ଆଜମ ମଧ୍ୟ ଗୁରୁବାର ମ୍ୟାଚରେ ୭୯ ରନ୍ର ଇନିଂସ୍ ଖେଳିଥିଲେ। ଏହି ଇନିଂସରେ ସେ ୯ଟି ଚୌକା ଓ ୨ଟି ଛକା ମାରିଛନ୍ତି।





