ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଢାକାରେ CIA ଏଜେଣ୍ଟଙ୍କ ମୃତ୍ୟୁ । ବଢୁଛି ମୋଦିଙ୍କ ହତ୍ୟା ପାଇଁ ମୁତୟନ କରାଯାଇଥିବାର ଚର୍ଚ୍ଚା । ତେବେବାଂଲାଦେଶ ରାଜଧାନୀ ଢାକାରେ ଆମେରିକୀୟ ଅଧିକାରୀ ଟେରେନ୍ସ ଓରୱେଲ ଜ୍ୟାକସନଙ୍କ ରହସ୍ୟମୟ ମୃତ୍ୟୁ ଏବେ ଦକ୍ଷିଣ ଏସିୟାର ଗୁଇନ୍ଦା ଜଗତରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅର୍ଗାନାଇଜର ଏକ ରିପୋର୍ଟରେ ଏ ନେଇ ଚାଞ୍ଚଲ୍ୟକର ଦାବି କରିଛି। କହିଛି ଜ୍ୟାକସନଙ୍କୁ ପ୍ରାଧାନମନ୍ତ୍ରୀ ମୋଦିଙ୍କ ହତ୍ୟା ପାଇଁ ମୁତୟନ କରାଯାଇଥିଲା।
ତେବେ ଭାରତ ଓ ଋଷିଆ ଗୁଇନ୍ଦା ଏଜେନ୍ସୀ ମିଳିତ କାର୍ଯ୍ୟାନୁଷ୍ଠାନରେ କଥିତ ହତ୍ୟା ଷଡ଼ଯନ୍ତ୍ରକୁ ବିଫଳ ହୋଇଛି। ରିପୋର୍ଟ ଅନୁସାରେ ଜ୍ୟାକସନଙ୍କୁ ଉପରଠାଉରିଆ ଭାବେ ବାଂଲାଦେଶର ସେଣ୍ଟ ମାର୍ଟିନ ଦ୍ୱୀପରେ ସେନା ପ୍ରଶିକ୍ଷଣ ନିମନ୍ତେ ମୁତୟନ କରାଯାଇଥିଲା। ତେବେ ବିଶେଷଜ୍ଞଙ୍କ ଅନୁସାରେ ତାର ଅସଲ ମିସନ ଭାରତ ଭିତରେ ଖାସ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଗୋପନ କାର୍ଯ୍ୟାନୁଷ୍ଠାନ ଥିଲା। ଜ୍ୟାକସନର ମୃତ୍ୟୁ ସେହି ଦିନ ହୋଇଥିଲା ଯେଉଁ ଦିନ ପ୍ରଧାନମନ୍ତ୍ରୀ ମୋଦି ସାଂଘାଇ ସହଯୋଗ ସଙ୍ଗଠନ (ଏସସିଓ) ବୈଠକରେ ଯୋଗ ଦେବା ପାଇଁ ଚୀନ୍ ର ତିୟାନଜିନରେ ଥିଲେ। ସେପଟେ ସମ୍ମିଳନୀ ପରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ନିଜ କାରକୁ ନେଇ ଯାଇଥିଲେ ଓ ଦୀର୍ଘ ୪୫ ମିନିଟ୍ ଧରି ତାଙ୍କ ସହ ବ୍ୟକ୍ତିଗତ ଆଲୋଚନା କରିଥିଲେ।
ବିଶେଷଜ୍ଞଙ୍କ ଅନୁମାନ ଏହି ଯେ କାରରେ ପୁଟିନଙ୍କ ସହ ମୋଦି ହାଇ-ପ୍ରୋଫାଇଲ ଏଜେଣ୍ଡା ଓ ଦକ୍ଷିଣ ଏସିୟାରେ ଜାରି ଗୁଇନ୍ଦା ଗତିବିଦ୍ଧି ଉପରେ ଚର୍ଚ୍ଚା ହୋଇଥିଲା। ଅନ୍ୟପଟେ ଏଥିରେ ମୋଦି ସେପ୍ଟେମ୍ବର ୨ ତାରିଖ ଦିନ ନୂଆଦିଲ୍ଲୀରେ ସେମିକନ ଶିଖର ସମ୍ମିଳନୀରେ କହିଥିଲେ ଯେ ‘ଆପଣମାନେ ଏଥି ପାଇଁ ତାଳି ବଜାଉଛନ୍ତି କି ମୁଁ ଚୀନ୍ ଯାଇଥିଲି, ନା ଏଥି ପାଇଁ ତାଳି ବଜାଉଛନ୍ତି ମୁଁ ଫେରି ଆସିଛି? କହିଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି ।





