ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ମୋହନପଶୀ ଗ୍ରାମର କେନ୍ଦୁମୁଣ୍ଡା ସାହିରେ ଘଟିଛି ଅଘଟଣ | ଦନ୍ତା ଆକ୍ରମଣରେ ଚାଲିଗଲା ଜଣେ ମହିଳାଙ୍କ ଜୀବନ | ଘରେ ପଶି ମହିଳାଙ୍କୁ କଚାଡ଼ି ମାରିଛି ଦନ୍ତା ହାତୀ।
ସୂଚନା ମୁତାବକ, ମୃତ ମହିଳା ଜଣକ ହେଲେ ସେହି ଗ୍ରାମର ଶୁକାନ୍ତି ହେମ୍ବ୍ରମ। ସେ ଆଜି ଭୋର୍ ଘରେ ଥିବା ବେଳେ ଦନ୍ତା ହାତୀଟି ତାଙ୍କ ଘର ଭିତରକୁ ପଶି ଯାଇଥିଲା ତେବେ ପରିବାରର ସମସ୍ତେ ବାହାରକୁ ପଳାଇ ଯାଇଥିବା ବେଳେ ସେ ବାହାରକୁ ଆସିବାକୁ ଚେଷ୍ଟା କରୁଥିବା ବେଳେ ଦନ୍ତା ହାତୀଟି ତାଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା, ଫଳାରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
ତେବେ ଏ ନେଇ ଗାଁ ଲୋକ ବନ ବିଭାଗକୁ ଖବର୍ ଦେବା ପରେ ବନ ବିଭାଗ ପହଞଚି ହାତୀଟି କୁ ଗାଁ ନିକଟସ୍ଥ ଜଙ୍ଗଲକୁ ଘଉଡାଇ ଦେଇଛନ୍ତି। ତେବେ ଘରେ ପଶି ଦନ୍ତା ହାତୀ ଆକ୍ରମଣ କରିବା ନେଇ ଗାଁ ରେ ଅସନ୍ତୋଷ ପ୍ରକାଶ ପାଇଛି।





