ତି-ସ୍ତରୀୟ ପଞ୍ଚାୟତ ନିର୍ବାଚନ: ରାଜ୍ୟ ବିଜେପି ପକ୍ଷରୁ ଡିଜିଟାଲ କ୍ୟାମ୍ପେନ୍ ପାଇଁ ଷ୍ଟାର୍ ପ୍ରଚାରକଙ୍କ ତାଲିକା ପ୍ରକାଶ

ଆଗକୁ ଓଡ଼ିଶାରେ ତି-ସ୍ତରୀୟ ପଞ୍ଚାୟତ ନିର୍ବାଚନ | ଏନେଇ ପ୍ରାଥୀ ଙ୍କ ପକ୍ଷରୁ ନାମାଙ୍କନ ଦାଖଲ ପକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ, ଘର ଘର ବୁଲି ଆରମ୍ଭ ହୋଇଯାଇଛି ପ୍ରଚାର | ତେବେ ଏହାରି ମଧ୍ୟରେ ରାଜ୍ୟ ବିଜେପି ପକ୍ଷରୁ ଡିଜିଟାଲ କ୍ୟାମ୍ପେନ୍ ପାଇଁ ଷ୍ଟାର୍ ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି। ବର୍ତ୍ତମାନ ଗାଁ ଗାଁରେ ପ୍ରଚାର ଆରମ୍ଭ ହୋଇଯାଇଥିବା ବେଳେ ଏହି ଷ୍ଟାର୍ ପ୍ରଚାରକ ମାନେ ଏବେ ଡିଜିଟାଲ୍ ପ୍ରଚାର ଆରମ୍ଭ କରିବ।

ରାଜ୍ୟରେ ଯେଉଁଥି ପାଇଁ ଫେବୃଆରୀ ୧୬ ରୁ ପାଞ୍ଚଟି ପର୍ଯ୍ୟାୟରେ ମତଦାନ ହେବ।

ତେବେ ପାର୍ଟି ସୂତ୍ରରୁ ପ୍ରକାଶ ଖବର ମୁତାବକ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ୍ ମୋଡ୍ ମାଧ୍ୟମରେ ଏହି ଅଭିଯାନରେ ଅଂଶଗ୍ରହଣ କରିବେ। ଫେବୃଆରୀ ୬ କିମ୍ବା ୭ ରୁ ଡିଜିଟାଲ ପ୍ରଚାର ହେବାର ସମ୍ଭାବନା ରହିଛି । ସେହିପରି ଅନ୍ୟ କେନ୍ଦ୍ରୀୟ ନେତୃତ୍ୱ ଯେପରିକି ନରେନ୍ଦ୍ର ସିଂ ତୋମାର, ସ୍ମୃତି ଇରାନୀ ଏବଂ ଗିରିରାଜ ସିଂଙ୍କ ପରି କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲାକ ମହାପାତ୍ର କହିଛନ୍ତି |

Related Posts