ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାର ବିଧାନସଭା ନିର୍ବାଚନକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜର ଧରିବାରେ ଲାଗିଛି । ଏହା ମଧ୍ୟରେ ଆଜି ମହାମେଣ୍ଟ ଏହାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି, ଯାହାର ନାମ ଦିଆଯାଇଛି ‘ତେଜସ୍ୱୀ ପ୍ରତିଜ୍ଞା’। ଏହି ଇସ୍ତାହାରରେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ୱୀ ଯାଦବଙ୍କ ଉଚ୍ଚାଭିଳାଷୀ ଯୋଜନାକୁ ପ୍ରତିଫଳିତ କରାଯାଇଛି। ଇସ୍ତାହାରର କଭର ପେଜ୍ରେ ତେଜସ୍ୱୀ ଯାଦବଙ୍କ ଫଟୋ ପ୍ରମୁଖତାର ସହ ଛପା ଯାଇଛି। ମହାମେଣ୍ଟ ପକ୍ଷରୁ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଇସ୍ତାହାର ପ୍ରକାଶନ ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଓ ସିପିଆଇ(ଏମ୍ଏଲ୍) ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟ ଏବଂ ଭିଆଇପି ଦଳର ମୁଖ୍ୟ ମୁକେଶ ସହନୀ ଉପସ୍ଥିତ ଥିଲେ।
ସେପଟେ ତେଜସ୍ୱୀ ପ୍ରଣ’ରେ ତେଜସ୍ୱୀଙ୍କ ୨୦ଟି ଶପଥ ରହିଛି। ୨୦ ମାସ ମଧ୍ୟରେ ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦିଆଯିବାର ସବୁଠାରୁ ବଡ ଘୋଷଣା କରାଯାଇଛି। ତେଜସ୍ୱୀ ଲେଖିଛନ୍ତି ଯେ, ଏହି ସରକାରୀ ଚାକିରି ୨୦ ମାସ ମଧ୍ୟରେ ଦିଆଯିବ। ଏଥିପାଇଁ ୨୦ ଦିନ ମଧ୍ୟରେ ଆଇନ ପ୍ରଣୟନ କରାଯିବ।





