ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଭୋଟ୍ ଗଣତି ପାଇଁ କୋଭିଡ୍ ଗାଇଡଲାଇନ୍ ଜାରୀ

ରାଜ୍ୟରେ ଚାଲିଛି ପଞ୍ଚାୟତ ନିର୍ବାଚନ । ଏନେଇ ରାଜ୍ୟରେ 3ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ତେବେ ଏହାପରେ ଆରମ୍ଭ ହେବ ଭୋଟ ଗଣତି। ତେବେ ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି ନେଇ ଏବେ ଆସିଛି କୋଭିଡ୍ ଗାଇଡଲାଇନ୍। ଯେଉଁମାନେ ଗଣତିରେ ରହିବେ ସେମାନଙ୍କ RT-PCR ନେଗେଟିଭ ରିପୋର୍ଟ ଥିବା ଜରୁରୀ। ଯେଉଁମାନେ କାଉଣ୍ଟିଂ ଏଜେଣ୍ଟ ରହିବେ ସେମାନଙ୍କ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ ମଧ୍ୟ କରାଯିବ।

ଗଣତିର ୪୮ ଘଣ୍ଟା ପୂର୍ବର କୋଭିଡ୍ ନେଗେଟିଭ ରିପୋର୍ଟ ଦେବେ। ଏଥିସହ ଡବଲ ଡୋଜ ଟିକା ନେଇଥିବା ବ୍ୟକ୍ତିଙ୍କୁ ହିଁ କେବଳ ଗଣତି ପାଇଁ ଅନୁମତି ମିଳିବ। ଯେଉଁମାନଙ୍କ କରୋନା ଲକ୍ଷଣ ଥିବ ସେମାନଙ୍କୁ ଭୋଟ ଗଣତି ପାଇଁ ଅନୁମତି ମିଳିବ ନାହିଁ। ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ବାଚନ ଆୟୋଗ ସଚିବଙ୍କ ପକ୍ଷରୁ ଚିଠି ଲେଖି ଜଣାଇ ଦିଆଯାଇଛି।

Related Posts