ଥମୁନି ଦୀଘା ଜଗନ୍ନାଥ ମନ୍ଦିର ବିବାଦ; ବେଙ୍ଗଲରେ କହିଲେ ଦାରୁବ୍ରହ୍ମ କାଠରେ ତିଆରି କରି ଆଣିଛି ହେଲେ ପୁରୀଆସି ମନା କରିଦେଲେ ଦାସମହାପାତ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଥମୁନି ଦୀଘା ଜଗନ୍ନାଥ ମନ୍ଦିର ବିବାଦ । ବେଙ୍ଗଲରେ କହିଲେ ଦାରୁବ୍ରହ୍ମ କାଠରେ ତିଆରି କରି ଆଣିଛି ହେଲେ ପୁରୀଆସି ମନା କରିଦେଲେ ଦାସମହାପାତ୍ର । ବେଙ୍ଗଲରେ ଥିବାବେଳେ କହିଥିଲେ, ଦୀଘା ଜଗନ୍ନାଥଙ୍କୁ ମୁଁ ଦାରୁବ୍ରହ୍ମ କାଠରେ ତିଆରି କରି ପୁରୀରୁ ଆଣିଛି । ଆଉ ପୁରୀ ଫେରିବା ପରେ ସିଧା ତାକୁ ଫାଙ୍କି ଦେଲେ ରାମକୃଷ୍ଣ ଦାସମହାପାତ୍ର । ତାଙ୍କର ବିଭ୍ରାନ୍ତିପୂର୍ଣ୍ଣ କଥାକୁ ନେଇ ଶ୍ରୀମନ୍ଦିର ଦାରୁଗୃହର ସୁରକ୍ଷା ନେଇ ବି ସନ୍ଦେହ ଉପୁଜିଛି । ତେବେ ବେଙ୍ଗଲରେ ଥିବାବେଳେ କହିଥିଲେ, ଦୀଘା ଜଗନ୍ନାଥଙ୍କୁ ମୁଁ ଦାରୁବ୍ରହ୍ମ କାଠରେ ତିଆରି କରି ପୁରୀରୁ ଆଣିଛି । ଆଉ ପୁରୀ ଫେରିବା ପରେ ସିଧା ତାକୁ ଫାଙ୍କି ଦେଲେ ରାମକୃଷ୍ଣ ଦାସମହାପାତ୍ର । ଜଣେ ବରିଷ୍ଠ ଦଇତାପତି ସେବକଙ୍କ ମୁହଁରେ ପୁଣି ଏଭଳି ଦ୍ବି ପ୍ରକାର କଥାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ବିଭ୍ରାନ୍ତି ଓ ସେବାୟତ ମହଲ କ୍ଷୁବ୍ଧ ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯାଇଥିବା ରାମକୃଷ୍ଣ, ଅକ୍ଷୟ ତୃତୀୟା ପୂର୍ବରୁ ଏକ ବଙ୍ଗାଳୀ ଟିଭି ଚ୍ୟାନେଲକୁ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇ କହିଥିଲେ- ଶ୍ରୀମନ୍ଦିରରେ ନବକଳେବର ବେଳେ ଠାକୁରଙ୍କୁ ନିର୍ମାଣ ପରେ ବଳି ପଡ଼ିଥିବା କାଠରେ ପୁରୀରୁ ଜଗନ୍ନାଥଙ୍କୁ ତିଆରି କରି ଦୀଘା ଆଣିଛି । ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଥର ମୂର୍ତ୍ତି ସ୍ଥାପନ ପାଇଁ କହିଥିଲେ ମୁଁ ଦାରୁବ୍ରହ୍ମ ମୂର୍ତ୍ତି ସ୍ଥାପନ ଲାଗି ପରାମର୍ଶ ଦେଇଥିଲି । ଯେହେତୁ ସେ ମେତେ ଠାକୁର ପୁରୀରୁ ତିଆରି କରି ଆଣିବାକୁ କହିଥିଲେ, ତେଣୁ ମୁଁ ତାହା ଧରି ଆସିଛି । ହେଲେ ପୁରୀ ଆସିବା ପରେ ପୁରା ଓଲଟା କଥା କହିଛନ୍ତି ରାମକୃଷ୍ଣ ।

Related Posts