ଦିଲ୍ଲୀ ବିସ୍ଫୋରଣ; ବିସ୍ଫୋରଣ ଘଟଣା ପଛରେ I-20 କାର୍‌, ହରିୟାଣା ନମ୍ବର ଥିବା କାର୍‌ ଉପରେ ବଢ଼ିଲା ସନ୍ଦେହ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ବିସ୍ଫୋରଣ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହା ମଧ୍ୟରେ ବିସ୍ଫୋରଣ ଘଟଣା ପଛରେ I-20 କାର୍‌ ଥିବାର ସୂଚନା ମିଳିଛି । ହରିୟାଣା ନମ୍ବର ଥିବା କାର୍‌ ଉପରେ ବଢୁଛି ସନ୍ଦେହ ।ଏଥିରେ ୩ ଜଣ ସନ୍ଦିଗ୍ଧ ଥିବା ନେଇ ମିଳିଲା ସୂଚନା । ଏହି କାର୍‌ଟି ବିସ୍ଫୋରଣ ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମିଳିଛି । ତେବେ ବିଷ୍ଫରଣରେ ୧୦ଜଣଙ୍କ ମୃତ୍ୟୁ ହୋଇଛି । ୩୦ଜଣ ବିସ୍ଫୋରଣରେ ଆହତ ହୋଇଛନ୍ତି ।

ଆହତଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେମାନଙ୍କୁ ଚିକିତ୍ସା ପାଇଁ ହସପିଟାଲ ସ୍ଥାନାନ୍ତର କରାଯାଇଛି । ସେପଟେ ମେଟ୍ରୋ ଷ୍ଟେସନ ଗେଟ୍ ୧ ନିକଟ ପାର୍କିଂରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ ହୁତୁହୁତୁ ହୋଇ ଜଳିଲା କାର୍ । ଆଉ ୮ଟି ଗାଡ଼ି ମଧ୍ୟ ବିସ୍ଫୋରଣରେ ଜଳିଗଲା । ବିସ୍ଫୋରଣ ପରେ ଦିଲ୍ଲୀରେ ହାଇଆଲର୍ଟ ଜାରି ହୋଇଛି ।

Related Posts