ଦିଲ୍ଲୀ ବିସ୍ଫୋରଣ; ବିସ୍ଫୋରଣରେ ବ୍ୟବହୃତ I20 କାର ଗୋଟିଏ ବର୍ଷ ମଧ୍ୟରେ ୭ଥର ବିକ୍ରି ହୋଇସାରିଛି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ବିସ୍ଫୋରଣକୁ ନେଇ ନୂଆ କଥା ସାମ୍ନାକୁ ଆସିଛି । ତେବେ ବିସ୍ଫୋରଣରେ ବ୍ୟବହୃତ I20 କାର ଗୋଟିଏ ବର୍ଷ ମଧ୍ୟରେ ୭ଥର ବିକ୍ରି ହୋଇସାରିଛି । ଲାଲକିଲ୍ଲା ନିକଟରେ ବିସ୍ଫୋରଣ ପାଇଁ ଯେଉଁ କାରଟି ବ୍ୟବହୃତ ହୋଇଥିଲା ତାହା ଫରିଦାବାଦର ଥିବା ଜଣାପଡ଼ିଛି। ବ୍ୟବହୃତ ଆଇ୨୦ କାରଟି ମାତ୍ର ଚାରି ଦିନ ପୂର୍ବରୁ ଫରିଦାବାଦର ଜଣେ ଡିଲରଙ୍କଠାରୁ କିଣାଯାଇଥିଲା। ଉକ୍ତ ଡିଲରଙ୍କ ନାମ ସୋନୁ ଥିବା ଜଣାପଡ଼ିଛି।ରୟାଲ କାର୍ ଜୋନର କାର୍ ଡିଲର ସୋନୁଙ୍କ କାର୍ଯ୍ୟାଳୟ ଫରିଦାବାଦର ସେକ୍ଟର ୩୭ରେ ଅଛି। ସେ ଓଏଲଏକ୍ସରେ କାର୍ ବିକ୍ରୟ ପାଇଁ ଏକ ବିଜ୍ଞାପନ ପୋଷ୍ଟ କରିଥିଲେ। ଏହାପରେ ତାଙ୍କ କାର ବିକ୍ରି ହୋଇଯାଇଥିଲା।

ସେପଟେ ଫରିଦାବାଦର ପୁଲିସ ଅଧିକାରୀ ଯଶପାଲ ସିଂହ କହିଛନ୍ତି, ‘ସୋନୁଙ୍କୁ ଗିରଫ କରାଯାଇ ଦିଲ୍ଲୀ ସ୍ପେଶାଲ ସେଲକୁ ହସ୍ତାନ୍ତର କରାଯାଇଛି। ଲାଲକିଲ୍ଲା ସାମ୍ନାରେ ଭୟାବହ ବିସ୍ଫୋରଣ ହୋଇଥିବା ଆଇ୨୦ କାରଟି ଗୁରୁଗ୍ରାମର ନର୍ଥ ଆରଟିଓରେ ପଞ୍ଜିକୃତ ହୋଇଛି। ରି‌ପୋର୍ଟରୁ ଜଣାପଡ଼ିଛି ଏହି କାରଟି ଗୋଟିଏ ବର୍ଷ ମଧ୍ୟରେ ଥରେ କି ଦୁଇଥର ନୁହେଁ ସାତ ଥର ବିକ୍ରି ହୋଇଛି।

Related Posts