ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଘାକୁ ଜଗନ୍ନାଥ ଧାମ ନାମକରଣ କରିବା ପରେ ସାର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପାଗଳ ପରି ପ୍ରଳାପ କରୁଛନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା । ସେ ଆହୁରି କହିଛନ୍ତି, ଚାରି ଧାମରୁ ଗୋଟିଏ ଧାମ ହେଉଛି ପୁରୀ । ଆଉ ଯିଏ ଧାମ କହିଲେ କିଛି ହେବନାହିଁ । ଦୀଘାକୁ ‘ଜଗନ୍ନାଥ ଧାମ’ ବୋଲି ନାମକରଣ କଲେ ମଧ୍ୟ ଜଗନ୍ନାଥ ଧାମ ହୋଇପାରିବ ନାହିଁ । ମମତା ବାନାର୍ଜୀ ଏମିତି କଲେ ପୁରୀରେ ତାଙ୍କୁ ପୂରେଇ ଦିଆଯିବନାହିଁ ।
କେବଳ ଆମେ ନୁହେଁ, ସାଢ଼େ ଚାରି କୋଟି ଲୋକେ ବିରୋଧ କରିବେ ବୋଲି ପଦ୍ମଲୋଚନ କହିଛନ୍ତି । ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।





