ଦୀପାବଳିରେ କର୍ମଚାରୀଙ୍କୁ ୫୧ଟି ଦାମୀ କାର ଉପହାର ଦେଲେ ମାଲିକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦୀପାବଳିରେ କର୍ମଚାରୀଙ୍କୁ ୫୧ଟି ଦାମୀ କାର ଉପହାର ଦେଲେ ମାଲିକ । ଚଣ୍ଡୀଗଡ଼ର MITS Healthcareର ଫାଉଣ୍ଡର ଏମ.କେ. ଭାଟିଆ ନିଜ କର୍ମଚାରୀଙ୍କୁ ଏପରି ଗିଫ୍ଟ ଦେଇ ଏବେ ସୋସିଆଲ ମିଡିଆରେ ଛାଇଯାଇଛନ୍ତି।ଲୋକେ କହୁଛନ୍ତି ମାଲିକ ହେବ ତ ଏମିତି। କର୍ମଚାରୀଙ୍କୁ କାର ଉପହାର ଦେବା ରିଲ୍ସ୍ ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି। ତେବେ ଏହା ପ୍ରଥମଥର ନୁହେଁ ଲଗାତାର ତୃତୀୟ ବର୍ଷ ଧରି ସେ ଏପରି କରିଛନ୍ତି ।

ପ୍ରତିବର୍ଷ ଏତେ ମହଙ୍ଗା ଉପହାର କାହିଁକି ଦିଅନ୍ତି ପଚରାଯିବାରୁ ଭାଟିଆ କହିଛନ୍ତି ମୋ କର୍ମଚାରୀ ମୋର ଔଷଧ କମ୍ପାନୀର ମେରୁଦଣ୍ଡ। ସେମାନଙ୍କର କଠିନ ପରିଶ୍ରମ, ସଚ୍ଚୋଟତା ଏବଂ ସମର୍ପଣ ଆମର ସଫଳତାର ମୂଳଦୁଆ। ସେମାନଙ୍କର ପ୍ରୟାସକୁ ଚିହ୍ନିବା ଏବଂ ସେମାନଙ୍କୁ ପ୍ରେରଣା ଦେବା ମୋର ଏକମାତ୍ର ଲକ୍ଷ୍ୟ ।ଗତ ବର୍ଷ ଭାଟିଆ ଦୀପାବଳିର ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ତାଙ୍କର ଶ୍ରେଷ୍ଠ କର୍ମଚାରୀମାନଙ୍କୁ ୧୫ ଟି କାର ପ୍ରଦାନ କରିଥିଲେ। ତାର ପୂର୍ବ ବର୍ଷ ସେ ତାଙ୍କ କର୍ମଚାରୀମାନଙ୍କୁ ୧୨ ଟି କାର ଉପହାର ଦେଇ ପ୍ରଥମେ ଚର୍ଚ୍ଚାରେ ରହିଥିଲେ ।

Related Posts