ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ଓ RSS ମଧ୍ୟରେ ବିବାଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କିଛି ଦିନ ପୂର୍ବରୁ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଗତକାଲି ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଆର୍ଏସ୍ଏସ୍ ଓ ବିଜେପିକୁ ଦାୟୀ କରିଥିଲେ। ସେ କହିଥିଲେ ଯେ, ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ମତକୁ ପ୍ରକୃତରେ ସମ୍ମାନ କରନ୍ତି, ତେବେ ସେ ଆର୍ଏସ୍ଏସ୍କୁ ନିଷିଦ୍ଧ କରିବା ଉଚିତ। ଦେଶର ସମସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ବିଜେପି ଓ ଆର୍ଏସ୍ଏସ୍ କାରଣରୁ ହେଉଛି ବୋଲି ଖଡ଼ଗେ କହିଥିଲେ । ତେବେ ଆର୍ଏସ୍ଏସ୍ ଜବାବ ଦେଇ କହିଛି ଯେ ସଂଗଠନକୁ ଦେଶ ଗ୍ରହଣ କରିସାରିଛି।
ଆର୍ଏସ୍ଏସ୍ର ଦତ୍ତାତ୍ରେୟ ହୋସାବାଲେ କହିଛନ୍ତି, ଦେଶର ସୁରକ୍ଷା, ବିକାଶ, ସଂସ୍କୃତି ଓ ଏକତା ପାଇଁ କାର୍ଯ୍ୟ କରୁଥିବା ଏକ ସଂଗଠନ ହେଉଛି ଆର୍ଏସ୍ଏସ୍। ଜଣେ ରାଜନୈତିକ ନେତା ଏହାକୁ ନିଷିଦ୍ଧ କରିବାକୁ କହୁଛନ୍ତି। କିନ୍ତୁ ଏହାର କାରଣ ସେ କହିବେ ନାହିଁ। ସେ (ଖଡ଼ଗେ) ପୂର୍ବରୁ ମଧ୍ୟ ଏହା କରିବାକୁ ଚେଷ୍ଟା କରିଥିଲେ। ପରିଣାମ କ’ଣ ହେଲା? ଦେଶ ସଂଘକୁ ଗ୍ରହଣ କରିଛି ଏବଂ ସରକାର ମଧ୍ୟ ନିଷେଧାଦେଶ ବେଆଇନ ବୋଲି ମାନିନେଇଛନ୍ତି। ମୁଁ ଭାବୁଛି ଏପରି ଜଣେ ନେତା ବିଭିନ୍ନ ପ୍ରସଙ୍ଗକୁ ସମ୍ବେଦନଶୀଳ ଢଙ୍ଗରେ ନେବା ଉଚିତ ବୋଲି ହୋସାବାଲେ କହିଛନ୍ତି।





