ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାର ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଏବେ ସାରା ଦେଶରେ । ଏହାମଧ୍ୟରେ ବିହାର ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ଯଦି ଆଗାମୀ ନିର୍ବାଚନରେ ଏନଡିଏ ସତ୍ତାକୁ ଫେରୁଛି, ତେବେ ନୀତିଶ ହିଁ ମୁଖ୍ୟମନ୍ତ୍ରୀ ରହିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଜଲଦି ନିଜର ଘୋଷଣା ପତ୍ର ଜାରି କରିବ । ଆଗାମୀ ୫ ବର୍ଷ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ । ତେବେ ବିକାଶର ଅଧା ଅଧୁରା କଥାକୁ ଏନଡିଏ ସରକାର ପୂରା କରିବ ବୋଲି କହିଛନ୍ତି ସମ୍ରାଟ ଚୌଧୁରୀ ।ଆଗାମୀ ଦିନରେ ବିହାରରେ ୨୦ ଲକ୍ଷ କୋଟିରୁ ଅଧିକ ନିବେଶ ହାସଲ କରିବା ସରକାରର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ସମ୍ରାଟ ଚୌଧୁରୀ । ଅନ୍ୟପଟେ ବିହାର ସରକାରରେ ଏବେ କିଛି ବି ପଦ ଖାଲି ନାହିଁ । ନୀତିଶ କୁମାର ହିଁ ଆଗକୁ ମୁଖ୍ୟମନ୍ତ୍ରୀ ରହିବେ । ୨୦୦୫ ମସିହା ଅକ୍ଟୋବର ମାସରେ ଅଟଳ ବିହାରୀ ବାଜପେୟୀ ଏହି ମେଣ୍ଟକୁ ଗ୍ରୀନ୍ ସିଗନାଲ ଦେଇଥିଲେ । ବିଜେପି ହିଁ ସର୍ବପ୍ରଥମେ ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଆଗକୁ ଆଣିଥିଲା ।
ତେଣୁ ଏଥିରେ କିଛି ବି ଦ୍ୱିମତ ନାହିଁ ଯେ, ନିର୍ବାଚନ ପରେ ନୀତିଶ ହିଁ ମୁଖ୍ୟମନ୍ତ୍ରୀ ରହିବେ ବୋଲି କହିଛନ୍ତି । ସମ୍ରାଟ ଚୌଧୁରୀ କହିଛନ୍ତି, ନୀତିଶ କୁମାର ବିଜେପି ସହିତ ୨୯ ବର୍ଷ ରହିଛନ୍ତି । ଲାଲୁ ପ୍ରସାଦ ଯାଦବ ଏବଂ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ବନାଇବାରେ ବିଜେପିର ପ୍ରମୁଖ ଭୂମିକା ରହିଥିଲା । ହେଲେ ଲାଲୁ ଯାଦବ କିନ୍ତୁ ୬ ମାସରେ ବଦଳିଗଲେ ହେଲେ ନୀତିଶ କୁମାର କିନ୍ତୁ ବିଜେପି ସହିତ ରହିଥିଲେ ବୋଲି ବିହାର ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ସ୍ପଷ୍ଟ କରିଛନ୍ତି ।





