ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପନିର୍ବାଚନ ଉପରେ ସାରା ରାଜ୍ୟର ନଜର ରହିଛି । ତେବେବିଜେପି ଉପରେ ଲୋକେ ଭରସା କରିଥିବାରୁ ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହେବାକୁ ଯାଉଛନ୍ତି। ଆଜି ଏଭଳି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି, ନୂଆପଡ଼ାବାସୀ ପରିବର୍ତ୍ତନ ଚାହୁଁଥିଲେ। ତାର ପ୍ରତିଫଳନ ଭୋଟରେ ଦେଖିବାକୁ ମିଳିଛି। ନୂଆପଡ଼ାର ବିଭିନ୍ନ ସମସ୍ୟାର ସମାଧାନ ଲାଗି ଲୋକେ ବିଜେପି ଉପରେ ଭରସା କରିଛନ୍ତି ବୋଲି ମନମୋହନ ସାମଲ କହିଛନ୍ତି ।





