ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ନୂଆପଡ଼ା ବିଧାନସଭା ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ଚାଲିଛି । ଏହା ମଧ୍ୟରେ ନୂଆପଡ଼ା ଉପନିର୍ବାଚ ମତଦାନ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନ ତଦାରଖ କରିଛନ୍ତି । ପ୍ରଚାର ଶେଷରୁ ମତଦାନ ଶେଷ ପର୍ଯ୍ୟନ୍ତ କେମିତି ରହିବ ପ୍ରକ୍ରିୟା ସେ ନେଇ ତଦାରଖ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସେପଟେ ଆସନ୍ତା ୯ ତାରିଖ ଅପରାହ୍ନ ୪ଟା ସୁଦ୍ଧା ବାହାର ଲୋକଙ୍କୁ ନୂଆପଡ଼ା ଛାଡିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ନୂଆପଡ଼ାରୁ ଜବତ ହେଲାଣି ୧ କୋଟି ୨୨ ଲକ୍ଷ ନଗଦ ଟଙ୍କା । ୧ କୋଟି ୩୨ ଲକ୍ଷ ଟଙ୍କାର ମଦ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ । ସୋସିଆଲ ମିଡିଆ ଉପରେ କଡ଼ା ନଜର ରଖିବେ ନିର୍ବାଚନ ଅଧିକାରୀ । ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ବାହାରୁ ଯିଏ ନୂଆପଡ଼ା ଯାଇଛନ୍ତି ସମସ୍ତେ ବାହାରିବେ, ସମସ୍ତ ଗାଡ଼ି ଚେକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରକୃତ ଭୋଟରଙ୍କର ଯାଞ୍ଚ ହେବ ।ଶରୀର ଖରାପ କହି ଯିଏ ରହିବାକୁ କହିବେ ତାଙ୍କୁ ମେଡିକାଲ ବୋର୍ଡ ପରୀକ୍ଷଣ କରିବ ।
ପବ୍ଲିକ ମିଟିଙ୍ଗ, ପ୍ରୋସେସନ, ଟିଭି ମିଡିଆରେ ପ୍ରଚାର ପ୍ରସାର ୪୮ ଘଣ୍ଟା ପୂର୍ବରୁ ବନ୍ଦ । ଭୋଟରଙ୍କୁ ପ୍ରଭାବିତ କଲା ଭଳି ମିଡିଆ କଭରେଜ, ଇଲେକ୍ସନ କଣ୍ଟେଣ୍ଟ କଭରେଜ କରନ୍ତୁ ନାହିଁ । ଭୋଟରଙ୍କୁ ପ୍ରଭାବିତ କଲା ଭଳି ନ୍ୟୁଜ୍ କରନ୍ତୁ ନାହିଁ । ସୋସିଆଲ ମିଡିଆରେ ପଲିଟିକାଲ କଣ୍ଟେଣ୍ଟ ଯାହା ଭୋଟରଙ୍କୁ ପ୍ରଭାବିତ କରିବ ସେଭଳି ନ କରିବାକୁ ଅନୁରୋଧ । ୧୦ ତାରିଖ ସକାଳୁ ପୋଲିଂ ବୁଥ୍ ନିକଟକୁ ପୋଲିଂ ଅଧିକାରୀ ବାହାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।





