ପଂଚାୟତ ସ୍ତରୀୟ ନିର୍ବାଚନୀ ହିଂସା: ରାଜ୍ୟ ନିର୍ବାଚନ କମିଶନଙ୍କ ଅଫିସ ଆଗରେ ମୁହାଁମୁହିଁ ହେଲେ ବିଜେଡି-ବିଜେପି

ରାଜ୍ୟରେ ଏବେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ନେଇ ରାଜନୀତି ମାହୋଲ ସରଗରମ ଥିବା ବେଳେ, ବଢୁଛି ନିର୍ବାଚନୀ ହିଂସା | ଆରୋପ ଓ ପ୍ରଟିରୋପ ମଧ୍ୟରେ ଜାରି ରହିଛି ନିର୍ବାଚନ | ଏହାରି ମଧ୍ୟରେ ରାଜ୍ୟରେ ୪ ଟି ପର୍ଯ୍ୟାୟ ଭୋଟଦାନ ଶେଷ ହୋଇଥିବା ବେଳେ, ଅନେକ ସ୍ଥାନରେ ହିଂସା ଦେଖା ଦେଇଛି | ଏପରିକି ମତଦାନ ପକ୍ରିୟା ଅଧାରେ ବାତିଲ ହୋଇଛି |

ସେପଟେ ମତଦାନ ପକ୍ରିୟାକୁ ସୁରୁଖୁରରେ ଚଳାଇବାକୁ ନେଇ ନିର୍ବାଚନ କମିଶନ ଅଂଟା ଭିଡିଥିବା ବେଳେ, ଶାସକ ଓ ବିରୋଧୀ ହିଂସା କୁ ନେଇ ପରସ୍ପରକୁ ଆକ୍ଷେପ କରିଛନ୍ତି | ଆଜି ଉଭୟ ବିଜେଡି-ବିଜେପି ରାଜ୍ୟ ନିର୍ବାଚନ କମିଶନଙ୍କ ଅଫିସ ଆଗରେ ମୁହାଁମୁହିଁ ହୋଇଛନ୍ତି । ପ୍ରଥମେ ବିଜେଡି ଓ ପରେ ବିଜେପି କମିଶନଙ୍କ ଅଫିସରେ ଆଗରେ ଧାରଣା ଦେଇଛନ୍ତି । ବିଜେଡିର ଅନନ୍ତ ଜେନାଙ୍କ ନେତୃତ୍ୱରେ ଯୁବ, ଛାତ୍ର ଓ ମହିଳା ଟିମ ପ୍ରତିବାଦ କରିବା ସହ ରାଜ୍ୟ ନିର୍ବାଚନ କମିଶନଙ୍କୁ ସ୍ମାରକପତ୍ର ଦେଇଛନ୍ତି ।

ଏଥିରେ ବିଜେପି ଗୁଣ୍ଡାରାଜ କରିବା ସହ ବିଜେଡିର କର୍ମୀଙ୍କୁ କରୁଛି ଓ ହାରିବା ଭୟରେ ବିଜେପି ବୁଥ ରିଂଗି କରୁଛି ବୋଲି ଅଭିଯୋଗ କରିଛି ବିଜେଡି । ଅନ୍ୟପଟେ ବିଜେପିର ଏକ ଟିମ ମନମୋହନ ସାମଲଙ୍କ ନେତୃତ୍ୱରେ ରାଜ୍ୟ ନିର୍ବାଚନ କମିଶନଙ୍କ ଅଫିସ ଆଗରେ ପ୍ରତିବାଦ କରୁଛନ୍ତି । ଦଳ ବିଜେଡି ବିରୋଧରେ ବୁଥ ରିଂଗିଂ ଅଭିଯୋଗ ଆଣିବା ସହ ତ୍ରୁଟିପୂର୍ଣ୍ଣ ଭୋଟର ତାଲିକା, ସରକାରୀ ଅଧିକାରୀଙ୍କ ନିର୍ବାଚନ ପରିଚାଳନା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ପ୍ରସଙ୍ଗ ଉଠାଇଛି ।

ସୂଚନାଯୋଗ୍ୟ, ଅନ୍ୟପଟେ ଆଜି ୪୫ଟି ବୁଥରେ ସାନି ମତଦାନ ଚାଲିଛି | ବିଭିନ୍ନ କାରଣରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟଦାନ ହୋଇପାରିନଥିବା ସ୍ଥାନରେ ଆଜି ମତଦାନ ସାବ୍ୟସ୍ତ କରୁଛନ୍ତି ମତଦାତା | ସକାଳ ୯ଟାରୁ ୩ଟା ମଧ୍ୟରେ ଏହି ଭୋଟଦାନ ହେବ । ଏହି ବୁଥଗୁଡିକରେ ଗଣ୍ଡଗୋଳ ଓ ଅନିୟମିତତା ଅଭିଯୋଗ ଆସିବା ପରେ ସାନି ମତଦାନ ପାଇଁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ନିର୍ବାଚନ କମିଶନ । ପ୍ରଥମ ଫେଜରେ ବାତିଲ ହୋଇଥିଲା ଯାଜପୁର ବ୍ଲକର ୯ଟି, ଭଦ୍ରକ ବ୍ଲକର ୪ଟି, ବନ୍ତ ବ୍ଲକର ଗୋଟିଏ, ଗଁଦିଆ ବ୍ଲକର ୪ଟି, କୃଷ୍ଣପ୍ରସାଦ ବ୍ଲକର ଗୋଟିଏ ଓ କଣାସ ବ୍ଲକର ୩ଟି ମତଦାନ କେନ୍ଦ୍ରରେ ଭୋଟ ହେଉଛି । ସେହିଭଳି ଦ୍ୱିତୀୟ ଫେଜରେ ଭୋଟଦାନ ହେଉଥିବା ମତଦାନ କେନ୍ଦ୍ରଗୁଡିକ ମଧ୍ୟରେ ରହିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ୧୦ଟି ଓ ଜଗତସିଂହପୁର ବ୍ଲକର ୩ଟି ବୁଥ ।

ସେପଟେ ଆସନ୍ତାକାଲି ପଂଚମ ତଥା ଶେଷ ପର୍ଯ୍ୟାୟ ପଂଚାୟତ ଭୋଟ ହେବ । ଏହି ଫେଜରେ ୨୫ ଜିଲ୍ଲାରେ ୪୮ଟି ବ୍ଲକର ୧୩୧ ଜିଲ୍ଲାପରିଷଦ ଜୋନରେ ଭୋଟଗ୍ରହଣ ହେବ । ୯୭୫ ଗ୍ରାମ ପଂଚାୟତର ୧୩ ହଜାର ୫୧୪ ବୁଥରେ ଭୋଟ ପଡିବ । ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଶେଷ ପର୍ଯ୍ୟାୟରେ ଜିତାପଟ ପାଇଁ ପ୍ରାର୍ଥୀ, ଦଳ ଓ କର୍ମୀ ପୁରା ଦମ ଲଗାଇଦେଇଛନ୍ତି ।

ସେପଟେ, ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟିଂ ଶେଷ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ୭୩ ପ୍ରତିଶତ ମତଦାନ ହୋଇଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନ । ବାଲଟା ବକ୍ସରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଚାରି ୫ଟି ସ୍ଥାନରେ ବିଭିନ୍ନ କାରଣରୁ ଭୋଟଦାନ ବାଧାପ୍ରାପ୍ତ ହୋଇଛି

Related Posts