ପଞ୍ଚାୟତ ନିର୍ବାଚନ: ୭୩ ପ୍ରତିଶତ ମତଦାନ ସହ ଶେଷ ହେଲା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ

ରାଜ୍ୟରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ୭୩ ପ୍ରତିଶତ ମତଦାନ ସହ ଶେଷ ହୋଇଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ୨୭ ଜିଲ୍ଲାର ୬୪ଟି ବ୍ଲକର ୧୨୫୪ଟି ଗ୍ରାମ ପଞ୍ଚାୟତରେ ୧୬୩ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୭,୦୮୯ ବୁଥରେ ମତଦାନ ସାବ୍ୟସ୍ତ କରିଛନ୍ତି ଭୋଟର ।

ଏହି ପର୍ଯ୍ୟାୟରେ ମୋଟ ୫୧ ଲକ୍ଷ ୩୧ ହଜାରରୁ ଅଧିକ ଭୋଟର ଥିବା ବେଳେ ରାଜ୍ୟରେ ମୋଟ ୭୩ ପ୍ରତିଶତ ମତଦାନ ହୋଇଛି । ସେହିପରି ମୋଟ ୩୧୪ ବ୍ଲକ ମଧ୍ୟରୁ ୨୬୬ ବ୍ଲକରେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ନିର୍ବାଚନ ଶେଷ ହେବା ପରେ ଭୋଟ ବାକ୍ସଗୁଡିକୁ ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ରଖାଯାଇଛି ।

ଯେଉଁଠି ୨୪ ଘଣ୍ଟିଆ ସିସିଟିଭି, ବିଦ୍ୟୁତ ଓ ପାୱାର ବ୍ୟାକ୍ ଅପ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭୋଟ ଗଣତି ପୂର୍ବରୁ କୌଣସି ପରିସ୍ଥିତିରେ ଷ୍ଟ୍ରଙ୍ଗ୍ ରୁମ ନ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Related Posts