ପଶ୍ଚିମା ଝଡ ପ୍ରଭାବରେ 24ରୁ ରାଜ୍ୟରେ ବର୍ଷା

ରାଜ୍ୟରେ ସକ୍ରିୟ ରହିଛି ପଶ୍ଚିମା ଝଡ । ଯାହାର ପ୍ରଭାବରେ 24ରୁ ରାଜ୍ୟରେ ବର୍ଷା ହେବ । ଏନେଇ ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର । ବିହାରରୁ ପୂର୍ବ-ବିଦର୍ଭ ଯାଏଁ ଛତିଶଗଡ ଓ ଝାଡ଼ଖଣ୍ଡ ମଧ୍ୟ ଦେଇ ସମୁଦ୍ର ପତ୍ତନ ଠାରୁ ୦.୯ କିମି ଉଚ୍ଚରେ ବାୟୁ ମଣ୍ଡଳରେ ଥିବା ନିମ୍ନ ଚାପରେଖା ଲମ୍ବିଛି । ଏହାର ପ୍ରଭାବରେ ଆଜି(ରବିବାର) ଉପକୂଳ ଓଡିଶା ଓ ପାର୍ଶ୍ଵବର୍ତ୍ତୀ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ପଶ୍ଚିମା ଝଡ ପ୍ରଭାବରେ ଗତ 24 ଘଣ୍ଟାରେ କିଛି ଅଞ୍ଚଳରେ ହାଲୁକା ବର୍ଷା ଅନୁଭୂତ ହୋଇଛି।

ଗୋପାଳପୁର ଠାରେ ସର୍ବାଧିକ ବର୍ଷା 22.2 ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହାସହ ବରଗଡ଼ ଓ ସମ୍ବଲପୁରରେ ମଧ୍ୟ ହାଲୁକା ବର୍ଷା ଅନୁଭୂତ ହୋଇଛି। ପଶ୍ଚିମା ଝଡ ପ୍ରଭାବରେ ରାତ୍ରି ତାପମାତ୍ରା ବୃଦ୍ଧି ଘଟିଛି। ରାଜ୍ୟରେ ଦିନର ତାପମାତ୍ରା ଅଧିକାଂଶ ଅଞ୍ଚଳରେ 30 ଡିଗ୍ରୀରୁ ଅଧିକ ରହିଛି।

ଟିଟିଲାଗଡ଼,ତାଳଚେର ଓ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା 32 ଡିଗ୍ରୀ ରେକର୍ଡ କରାଯାଇଛି ।

Related Posts