ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପହଲଗାମ ଆତଙ୍କୀ ଆକ୍ରମଣ ଉପରେ ଶୁଣାଣି କରିବେନି ସୁପ୍ରିମକୋର୍ଟ । ଆକ୍ରମଣର ତଦନ୍ତ ପାଇଁ ଦାୟର ହୋଇଥିଲା ଜନସ୍ବାର୍ଥ ମାମଲା । ଆଉ ଏହି ମାମଲାର ଶୁଣାଣି କରିବାକୁ ମନା କରିବା ସହ କ୍ଷୁବ୍ଧ ହୋଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଆବେଦନକାରୀ ଦେଶ ପ୍ରତି ନିଜ ଦାୟିତ୍ୱ ନିର୍ବାହ କରିବା ଉଚିତ । ଏଭଳି ଆବେଦନ ସେନାର ମନୋବଳ ଭାଙ୍ଗିବା ସହ ସେମାନଙ୍କୁ ପ୍ରଭାବିତ କରିପାରେ । ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଏନ୍ କୋଟେଶ୍ୱର ସିଂଙ୍କ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଛନ୍ତି । ପହଲଗାମ ଆକ୍ରମଣ ପରେ ଏବେ ଚାପରେ ପାକିସ୍ତାନ । ୯ ଦିନରେ ଭାରତର ୯ଟି ବଡ଼ ନିଷ୍ପତ୍ତି ଦେଖି ଛାନିଆ ହେଲାଣି ପଡ଼ୋଶୀ ଦେଶ । ଜଳ, ସ୍ଥଳ, ଆକାଶ ସବୁ ମୋର୍ଚ୍ଚାରେ ପାକିସ୍ତାନକୁ ମାତ ଦେବାକୁ ହୋଇଛି ଯୋଜନା ।





