ଭାରତ-ପାକ ନିୟନ୍ତ୍ରଣ ରେଖା (LOC) ନିକଟବର୍ତ୍ତୀ ପୁଞ୍ଚ ସେକ୍ଟରରେ ଅଘଟଣ | ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ BSF ଯବାନ ଗୁରୁତର ଆହତ | ସୋମବାର ଏହି ଅଘଟଣ ସମ୍ପର୍କରେ ସୀମା ସୁରକ୍ଷା ବଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଆହତ ଯବାନଜଣଙ୍କ କନଷ୍ଟବଳ ଅଜିସ.କେ ଓ ସେ BSF ର ୧୪୬ ବାଟାଲିୟନରେ କାର୍ଯ୍ୟରତ ଅଛନ୍ତି । ସେ ଆଜି ପୁଞ୍ଚ ଜିଲ୍ଲାର ବାଲାକୋଟ ଏରିଆରେ ନିୟନ୍ତ୍ରଣ ରେଖା ନିକଟରେ ମୂତୟନ ହୋଇଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ଏଥିରେ ଯବାନଙ୍କ ମୁହଁ,ହାତ ଓ ଗୋଡରେ ଗମ୍ଭୀର ଆଘାତ ଲାଗିଥିଲା ।ପୁଞ୍ଚରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, BSF ଯବାନ ଆହତପୁଞ୍ଚରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, BSF ଯବାନ ଆହତସେଠାରେ କାର୍ଯ୍ୟରତ ଯବାନମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରିବା ସହ ଏୟାରଲିଫ୍ଟ ଜରିଆରେ ତାଙ୍କୁ ଉଦ୍ଧମପୁର ହସ୍ପିଟାଲରେ ଭର୍ତ୍ତି କାରାଯାଇଛି ।





