ଜମ୍ମୁ ଅଂଚଳରେ ୬ଟି ଏବଂ କଶ୍ମୀରରେ ଗୋଟିଏ ବିଧାନସଭା ଆସନ ବୃଦ୍ଧିକୁ ବିରୋଧ କରିବା ନେଇ ଜମ୍ମୁ-କଶ୍ମୀରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କୁ ଗୃହବନ୍ଦୀ | ପିପୁଲ୍ସ ଆଲିଆନ୍ସ ଫର ଗୁପକାର ଡିକ୍ଲାରେସନର ଏହି ନେତାମାନଙ୍କ ଘର ଆଗରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଫାରୁକଙ୍କ ନେତୃତ୍ୱରେ ଏହି ଅନ୍ଦୋଳନର ଘୋଷଣା କରାଯାଇଥିଲା । ଗୁପକାର ରୋଡ ଅଂଚଳକୁ ମଧ୍ୟ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ସରକାର ବଳପୂର୍ବକ ଆନ୍ଦୋଳନକୁ ଚାପିଦେବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଓମାର କହିଛନ୍ତି ।





