ପୁଣି ଖୋଲିଲା ଅଟ୍ଟରୀ ସୀମା; ନିର୍ଦ୍ଦେଶନାମା ଜାରି କଲେ ଗୃହ ମନ୍ତ୍ରାଳୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଣି ଖୋଲିଲା ଅଟ୍ଟରୀ ସୀମା । ନିର୍ଦ୍ଦେଶନାମା ଜାରି କଲେ ଗୃହ ମନ୍ତ୍ରାଳୟ । ବଢ଼ିଲା ଭାରତ ଛାଡ଼ିବାର ସମୟ ସୀମା । ଅଟ୍ଟାରୀ ସୀମା ଦେଇ ଯାଇପାରିବେ ପାକିସ୍ତାନୀ,ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି । ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଅଟ୍ଟାରୀ ସୀମା ଦେଇ ଯାଇପାରିବେ ପାକିସ୍ତାନୀ ବାସୀ । ଆଜି ଥିଲା ବର୍ଡର ବନ୍ଦର ଶେଷ ତାରିଖ । ପହଲଗାମ ଆତଙ୍କବାଦୀ ଆକ୍ରମଣ ବର୍ଷ ବର୍ଷର ଠିକଣାକୁ ବଦଳାଇ ଦେଇଛି ।

ଯେଉଁମାନେ ଅନେକ ବର୍ଷ ଧରି ଆସି ଭାରତରେ ରହୁଥିଲେ, ଭିସା ବାତିଲ ହେବା ପରେ ସେମାନେ ଏବେ ନିଜ ଦେଶକୁ ଫେରିଛନ୍ତି । ଭାରତୀୟ ସୁରକ୍ଷା ବାହିନୀ ଦ୍ବାରା ପାସପୋର୍ଟର ଯାଞ୍ଚ ପରେ ଅଟ୍ଟାରୀ ଚେକ୍ ପୋଷ୍ଟ ଦେଇ ଭାରତରୁ ବିଦା ହୋଇଛନ୍ତି ପାକିସ୍ତାନୀ ନାଗରିକ ।

Related Posts