ପୁରୀରେ ବିମାନ ବନ୍ଦର ହେବାର ସମସ୍ତ ଶ୍ରେୟ ନବୀନଙ୍କର: ବିଜେଡି ରାଜ୍ୟସଭା ସାଂସଦ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁରୀରେ ବିମାନ ବନ୍ଦର ହେବାର ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ମଧ୍ୟରେ ବିଜେଡି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ନବୀନ ପଟ୍ଟନାୟକ ପୁରୀକୁ ବିଶ୍ୱ ସହ ଯୋଡିବାକୁ ସ୍ୱପ୍ନ ଦେଖିଥିଲେ। ୨୦୨୧ ମସିହାରେ ପୁରୀରେ ବିମାନ ବନ୍ଦର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଫଳରେ ୨୫୧ ଏକର ଜାଗା ଅଧିଗ୍ରହଣ କରାଯାଇଥିଲା। ପୁରୀର ଉନ୍ନତି ପାଇଁ ନବୀନ ବାବୁ ଆନ୍ତର୍ଜାତୀୟ ବିମାନ ବନ୍ଦରର କରିବାକୁ ଚେଷ୍ଟା କରିଥିଲେ। କାରଣ ବିମାନ ବନ୍ଦର ହେଲେ ଅନେକ ଲୋକ ପୁରୀକୁ ଆସିବେ। ମଙ୍ଗଳାର ଏହା କହିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ। ସେ କହିଛନ୍ତି ନବୀନ ପଟ୍ଟନାୟକ ବଡ଼ ଦାଣ୍ଡ ଛଡା ଶ୍ରୀଦାଣ୍ଡ ନିର୍ମାଣ କରିଥିଲେ। ପୁରୀକୁ ଏକ ନମ୍ବର କରିବାକୁ ଚେଷ୍ଟା କରିଥିଲେ। ଶ୍ରୀକ୍ଷେତ୍ରର ବିକାଶକୁ ନବୀନ ପଟ୍ଟନାୟକ ଆଗକୁ ନେଇଛନ୍ତି। ପୁରୀରେ ବିମାନ ବନ୍ଦର ପାଇଁ ଆମେ ସାଂସଦରେ ବାରମ୍ବାର ଦାବି କରି ଆସିଥିଲୁ। ତେଣୁ ବିମାନ ବନ୍ଦର ହେବାର ସବୁ ଶ୍ରେୟ ନବୀନ ପଟ୍ଟନାୟକଙ୍କର। ଧାର୍ମିକ ଜିନିଷରେ ରାଜନୈତିକ ବିବାଦ ପଶିବା ଉଚିତ ନୁହେଁ ବୋଲି କହିଥିବାର ଦେଖିବାକୁ ମିଳିଛି ।

Related Posts