ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁରୀ ବ୍ୟତୀତ ଅନ୍ୟ ସ୍ଥାନକୁ ଧାମ କରାଯାଇପାରିବନି ବୋଲି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଥିବାର ଦେଖିବାକୁ ମିଳିଛି । ତେବେ ଜଗନ୍ନାଥ ମହାପ୍ରଭୁଙ୍କ ମୂଳପୀଠ ପୁରୁଷୋତ୍ତମ କ୍ଷେତ୍ର। ପୁରୀ ବ୍ୟତୀତ ଅନ୍ୟ ସ୍ଥାନକୁ ଧାମ କରାଯାଇପାରିବନି। ଦୀଘାରେ ନିର୍ମିତ ମନ୍ଦିର କୌଣସି ଧାମରେ ନାମିତ ହେବନି। ମୁକ୍ତି ମଣ୍ଡପ ପଣ୍ଡିତ ସଭାର ମତ ଅନୁସାରେ ଉଲ୍ଲେଖ କରୁଛି। ମହାପ୍ରଭୁ ‘ଚତୁର୍ଦ୍ଧା ଦାରୁ ବିଗ୍ରହ’ ଭାବେ ପୁରୀରେ ଆବିର୍ଭାବ।
ତେଣୁ ଏଭଳି କରିବା ଅନୁଚିତ ବୋଲି ଗଜପତି କହିଛନ୍ତି । ସେପଟେ ଦୀଘା ଠାରେ ଜଗନ୍ନାଥ ମନ୍ଦିରକୁ ଧାମ କରାଯାଇଥିବା ନେଇ ଦେଖାଦେଇଥିବା ବିବାଦ ବଢ଼ିବାରେ ଲାଗିଛି। ଏହି ମନ୍ଦିରକୁ ପଶ୍ଚିମବଙ୍ଗ ସରକାର ଜଗନ୍ନାଥ ଧାମ ଘୋଷଣା କରିଥିବା ବେଳେ ସନାତନ ଧର୍ମ ଉପରେ ବିଶ୍ବାସ କରୁଥିବା ବ୍ୟକ୍ତି ବିଶେଷ ଓ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଲାଗିଛି।





