ପୋଲିସ କବଜାରେ ୨.୫୦ କ୍ୱିଣ୍ଟାଲ ନକଲି ଜର୍ଦ୍ଦା, ଜଣେ ଗିରଫ

ପୁଣି କଟକ ପୋଲିସକୁ ମିଳିଲା ସଫଳତା | ନକଲି ଜର୍ଦ୍ଦା କାରବାର ର ହେଲା ପର୍ଦାଫାଶ । କଟକ ଦାହପାଟଣାରେ ୨.୫୦ କ୍ୱିଣ୍ଟାଲ ନକଲି ଜର୍ଦ୍ଦା ଜବତ ହୋଇଛି । ଏନେଇ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ଜବତ ହୋଇଥିବା ଜର୍ଦ୍ଦାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଗିରଫ ହୋଇଥିବା ଅଭିଯୁକ୍ତ ହେଉଛି ବାରଙ୍ଗ ଦାହପାଟଣାର ନିବାସ ସାହୁ ।

ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଅନ୍ୟ କେଉଁ ମାନେ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ ଆରମ୍ଭ ହୋଇଛି |

Related Posts