ପ୍ରଥମ ରାଷ୍ଟ୍ରପତି ଭାବେ ରାଫେଲ୍‌ରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଥମ ରାଷ୍ଟ୍ରପତି ଭାବେ ରାଫେଲ୍‌ରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ରାଷ୍ଟ୍ରପତି ଯେଉଁ ରାଫେଲରେ ଉଡ଼ାଣ ଭରିଛନ୍ତି ତାହା ଅପରେସନ ସିନ୍ଦୂର ସମୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ୧୭ତମ ରାଫେଲ ସ୍କ୍ୱାଡ୍ରନ୍ ପାକିସ୍ତାନୀ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା ।

ରାଫେଲ ଯୁଦ୍ଧ ବିମାନର ଗୋଲ୍ଡେନ ଆରୋ ବା ୧୭ତମ ସ୍କ୍ୱାଡ୍ରନ୍ ଅମ୍ବାଲାରେ ଅବସ୍ଥିତ। ଏହି ସ୍କ୍ୱାଡ୍ରନର ଯୁଦ୍ଧ ବିମାନଗୁଡ଼ିକ ଲସ୍କର-ଏ-ତୈବା ଏବଂ ଜୈଶ-ଏ-ମହମ୍ମଦର ମୁଖ୍ୟାଳୟ ଉପରେ ବୋମା ମାଡ଼ କରି ଧ୍ୱଂସ କରିଦେଇଥିଲେ। ଏହି ଅବସରରେ ରାଷ୍ଟ୍ରପତି ହରିଆଣାର ଅମ୍ବାଲା ଗସ୍ତ କରିଛନ୍ତି ।

Related Posts