ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଦେଓଲ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ବରିଷ୍ଠ ବଲିଉଡ ଅଭିନେତା ଧର୍ମେନ୍ଦ୍ର ଦେଓଲ ଅସୁସ୍ଥ ଥିବାର ସୂଚନା ମିଳିଛି । ଏନେଇ ମୁମ୍ବାଇ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଧର୍ମେନ୍ଦ୍ର। ଗତକାଲି ରାତିରେ ତାଙ୍କ ଛାତିରେ ଯନ୍ତ୍ରଣା ହେବା ସହ ନିଶ୍ବାସ ନେବାରେ ସମସ୍ୟା ଦେଖାଦେବାରୁ ହସ୍ପିଟାଲକୁ ଅଣାଯାଇଛି। ଧର୍ମେନ୍ଦ୍ରଙ୍କୁ ଏବେ ୮୯ ବର୍ଷ। ତଥାପି ସେ ଏକଦମ୍ ‘ଫିଟ୍’।

ଅନେକ ସମୟରେ ଟେଲିଭିଜନ୍ ଶୋ’ ଓ ଫିଲ୍ମରେ ନଜର ଆସିଛନ୍ତି ଧର୍ମେନ୍ଦ୍ର। ଅନେକ ସମୟରେ ସେ ରୁଟିନ୍ ଚେକଅପ୍ ପାଇଁ ଯାଇଥିବା ବେଳେ ଏଥର ସ୍ବାସ୍ଥ୍ୟ କିଛିଟା ଅଧିକ ଖରାପ ହୋଇଥିବା ସୂଚନା ମିଳିଛି।

Related Posts