ବଲିଉଡ୍‌ ସୁପର୍‌ଷ୍ଟାର ରାଜେଶ ଖାନ୍ନାଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍‌

ବଲିଉଡ୍‌ରେ ପ୍ରଥମ ‘ସୁପରଷ୍ଟାର’ ରାଜେଶ ଖାନ୍ନା | ବଲିଉଡ଼କୁ ଉପରକୁ ନେବାରେ ତାଙ୍କ ଅବଦାନ ସର୍ବଶେଷ୍ଠ | ତାଙ୍କ ଅଭିନୟ, ଷ୍ଟାଇଲ୍‌ ସମସ୍ତଙ୍କ ଠାରୁ ଅଲଗା କରୁଥିଲା, ଯାହା ତାଙ୍କୁ ସୁପରଷ୍ଟାର ଆଖ୍ୟା ଦେଇଛି | ଅନେକ ସୁପର୍‌ହିଟ୍‌ ଫିଲ୍ମ ସେ ବଲିଉଡ୍‌କୁ ଉପହାର ଦେଇଛନ୍ତି। ତାଙ୍କର ଜୀବନ୍ତ ଅଭିନୟ ରାଜେଶ ଖାନ୍ନାଙ୍କୁ ଆଜି ବି ସମସ୍ତଙ୍କ ହୃଦୟରେ ତାଜା ରଖିଛି।

ରାଜେଶ ଖାନ୍ନା ଜୁଲାଇ ୧୮, ୨୦୧୨ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବିଶ୍ୱାସ କରାଯାଏ ଯେ ରାଜେଶ ଖାନ୍ନା ତାଙ୍କ ଜୀବନର ଶେଷ କିଛି ବର୍ଷକୁ ଏକାକୀ ବିତାଇଥିଲେ ଏବଂ ତାଙ୍କ ଜୀବନୀ ‘ଡାର୍କ ଷ୍ଟାର’ରେ ରାଜେଶ ଖାନ୍ନାଙ୍କ ଏକାପଣ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଥିଲା। ଅଭିନେତା-ନିର୍ମାତା ନିଖିଲ ଦ୍ୱିବେଦୀ ପୁସ୍ତକକୁ ବାୟୋପିକରେ ପରିଣତ କରିବାକୁ ଯୋଜନା କରୁଛନ୍ତି ଏବଂ ଫିଲ୍ମର ନିର୍ଦ୍ଦେଶନା ଦେବା ପାଇଁ ଫରାହ ଖାନଙ୍କ ସହ ଆଲୋଚନା କରୁଥିବା ଜଣାପଡ଼ିଛି।

Related Posts