ବିବାଦ ଘେରରେ ସନ୍ନି ଲିଓନଙ୍କ ଗୀତ ‘ମଧୁବନ’ । ତେବେ ଗୀତକୁ ନେଇ ଚାଲିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡିବ । ‘ମଧୁବନ’ର ମ୍ୟୁଜିକ୍ ଭିଡିଓ ବଦଳାଇବେ ବୋଲି ପ୍ରତିଶୃତି ଦେଇଛି କମ୍ପାନୀ । ଏହି ଗୀତକୁ ନେଇ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଅଭିଯୋଗ କରିଥିଲେ ଯେ, ଏହି ଭିଡିଓ ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି। ଏହି ଗୀତ ପାଇଁ ସନ୍ନି କ୍ଷମା ମାଗିବା ସହ 3 ଦିନ ମଧ୍ୟରେ ନ ହଟାଇଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଥିଲେ । ଏଥିସହ ସୋସିଆଲ ମିଡିଆରେ ଏକ ଅଫିସିଆଲ୍ ଷ୍ଟେଟମେଣ୍ଟ୍ ଜାରି କରିଥିଲେ । ମ୍ୟୁଜିକ୍ ଲେବଲ୍ ଏହାର ବୟାନରେ ଲେଖିଛନ୍ତି ଯେ, ‘ମିଳିଥିବା ପ୍ରତିକ୍ରିୟା ଏବଂ ଦେଶବାସୀଙ୍କ ଭାବନାକୁ ସମ୍ମାନ ଦେଇ ଆମେ ମଧୁବନ୍ ଗୀତର ନାମ ଏବଂ ଲିରିକ୍ସ ପରିବର୍ତ୍ତନ କରିବୁ। ଆଗାମୀ 3 ଦିନ ମଧ୍ୟରେ ସମସ୍ତ ପ୍ଲାଟଫର୍ମରେ ପୁରୁଣା ଗୀତକୁ ରିପ୍ଲେସ କରିଦିଆଯିବ’ |





