ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ନେଲା ଜୀବନ। ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି | ଧାନକ୍ଷେତକୁ ଯାଇ ଫେରୁଥିବାବେଳେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ ଜଣେ ମହିଳା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ଖବର ମିଳିଛି । ଗଂଜାମ ଜିଲ୍ଲା ବାଲିପଦର ଫାଣ୍ଡି ଅନ୍ତର୍ଗତ ଗାନ୍ଧୀନଗର ଗାଁ ନିକଟରେ ଘଟିଛି ଏଭଳି ଏକ ଦୁଃଖଦ ଘଟଣା । ମୃତ ମହିଳା ଜଣକ ରଜନୀ ସ୍ବାଇଁ । ରବିବାର ସଂଧ୍ୟାରେ ଏଭଳି ଘଟଣା ଘଟିଥିବା ବେଳେ , ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବୁଗୁଡ଼ା , ଏବଂ ପରେ ବ୍ରହ୍ମପୁର ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ତାଙ୍କର ଅବସ୍ଥା ଆହୁରୀ ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହେଇଥିଲା।
ସୂଚନା ଅନୁଯାୟୀ, ବାରହା ଶିକାର ପାଇଁ ଦୁର୍ବୃତ୍ତ ବିଛାଇଥିଲେ ବିଦ୍ୟୁତ ତାର । ତେବେ ମୃତମହିଳା ଜଣଙ୍କ ନଜାଣିପାରି ତାର ସଂସ୍ପର୍ଶରେ ଆସିଯାଇଥିଲେ |





