ବିଏମସି ମୁଖ୍ୟ କାର୍ଯ୍ୟାଳୟରେ ପଶିଲା କରୋନା, 22 କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ

ବିଏମସି ମୁଖ୍ୟ କାର୍ଯ୍ୟାଳୟରେ ପଶିଲା କରୋନା ଭୂତାଣୁ । ଦିନକରେ ଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାଳୟରୁ ୨୨ କର୍ମଚାରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଗତକାଲି(ବୁଧବାର) କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯାଇଥିବା ବେଳେ, ଆଜି ୨୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହି ଘଟଣା ପରେ ବିଏମସି କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ଏଥିସହ ଅନ୍ୟ କର୍ମଚାରୀଙ୍କ ଟେଷ୍ଟିଂ କରାଯିବ ବୋଲି ଜଣାପଡିଛି ।

ସୂଚନା ମୁତାବିକ, ରାଜଧାନୀରେ ଦୃତ ବେଗରେ ସଂକ୍ରମଣ ମାଡ଼ି ଚାଲିଥିବା ବେଳେ ବିଏମ୍‌ସି ପକ୍ଷରୁ ଏକାଧିକ ଅଞ୍ଚଳରେ କଣ୍ଟେନ୍‌ମେଣ୍ଟ ଜୋନ୍‌ କରାଯାଇଛି। ଏଥି ସହିତ ଆସିବା ଉପରେ ପ୍ରତିବନ୍ଧକ ଲଗାଇଛି ବିଏମ୍‌ସି । ଏହି ସବୁ ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ଅତ୍ୟାବଶ୍ୟକୀୟ ଜିନିଷପତ୍ର ଯୋଗାଇଦିଆଯିବ । ଏହା ସହ କଣ୍ଟେନ୍‌ମେଣ୍ଟ ଜୋନ୍‌କୁ ସାନିଟାଇଜ୍‌ କରିବା ସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦେଇଛି ବିଏମ୍‌ସି ।କିନ୍ତୁ ଏହି ଭିତରେ ବିଏମ୍‌ସି ଅଫିସରେ ଏତେ ସଂଖ୍ୟା କର୍ମଚାରୀ ସଂକ୍ରମିତ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଛି।

Related Posts