ବିଜୁ ବାବୁଙ୍କୁ ନେଇ ବିବାଦୀୟ ବୟାନ ପରେ ନିସର୍ତ୍ତ କ୍ଷମା ମାଗିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ଦେଇଥିବା ବିବାଦୀୟ ବୟାନ ପାଇଁ ନିଶିକାନ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । ତେବେ ନିଜ ସୋସିଆଲ ମିଡିଆ ପେଜରେ ନିଶିକାନ୍ତ ଲେଖିଛନ୍ତି ଯେ, ଗତ ସପ୍ତାହରେ ସେ ଗଣମାଧ୍ୟମରେ ନେହେରୁ-ଗାନ୍ଧୀ ପରିବାରର କାରନାମା ଉପରେ କିଛି କହିଥିଲେ । ଏହି ବୟାନ ଦେଲା ବେଳେ ସେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଦରଣୀୟ ବିଜୁ ପଟ୍ଟନାୟକଙ୍କ ଉପରେ କିଛି କଥା କହିଥିଲେ । ତେବେ ତାଙ୍କ ବୟାନର ଭୁଲ ଅର୍ଥ ବାହାର କରାଯାଇଥିଲା । ସେ ଯାହା କହିଛନ୍ତି ଏହା ତାଙ୍କର ବ୍ୟକ୍ତିଗତ ଟିପ୍ପଣୀ ।

ନେହେରୁଙ୍କ ଉପରେ ସେ ଯାହା କହିଥିଲେ ତାକୁ ବିଜୁ ବାବୁଙ୍କ ପ୍ରତି କୁହାଯାଇଥିବା ଅନେକ ଭାବିଥିଲେ ।ସେ ଆହୁରି କହିଛନ୍ତି ଯେ, ବିଜୁ ବାବୁ ସର୍ବଦା ଉପରେ ରହିବେ । ସେ ଜଣେ ଚମତ୍କାର ବ୍ୟକ୍ତିବିଶେଷ ଥିଲେ । ତାଙ୍କ ଅବଦାନ ଅତୁଳନୀୟ । ଯଦି ତାଙ୍କ ବକ୍ତବ୍ୟ କାହା ଭାବନାକୁ ଆଘାତ ଦେଇଛି ତେବେ ସେଥିପାଇଁ ସେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛନ୍ତି ବୋଲି କହିଛନ୍ତି ।

Related Posts