ବିରୋଧୀ ଏବଂ ଭୋଟରମାନେ ଅସନ୍ତୁଷ୍ଟ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଏସ୍‌ଆଇଆର୍‌ କରିବା ଠିକ୍‌ ନୁହେଁ: କଂଗ୍ରେସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାରା ଦେଶରେ ବର୍ତ୍ତମାନ ଏସ୍‌ଆଇଆର୍‌କୁ ନେଇ ରାଜନୀତି ଜୋରଦାର ଚାଲିଛି । ତେବେ କଂଗ୍ରେସ ନେତା ପୱନ ଖେଡ଼ା କହିଛନ୍ତି ବିହାରର ଏସ୍‌ଆଇଆର୍‌ ପରେ ଆମେ ଉଠାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ବର୍ତ୍ତମାନ ସୁଦ୍ଧା ନିର୍ବାଚନ କମିସନ ଦେଇନାହାନ୍ତି। ନିର୍ବାଚନ କମିସନ ଏବଂ ବିଜେପିର ଉଦ୍ଦେଶ୍ୟ ଠିକ୍‌ ନଥିବାରୁ ସୁପ୍ରିମକୋର୍ଟ ଏକାଧିକ ଥର ବିହାର ଏସ୍‌ଆଇଆର୍‌ ପ୍ରସଙ୍ଗରେ ହସ୍ତକ୍ଷେପ କରିଥିଲେ। ବିହାରରେ ୬୫ ଲକ୍ଷ ଭୋଟରଙ୍କୁ ବାଦ୍‌ ଦିଆଯାଇଥିବାବେଳେ ଜଣେ ହେଲେ ଭୋଟରଙ୍କୁ ସାମିଲ କରାଯାଇ ନାହିଁ।

ବିରୋଧୀ ଦଳ ଏବଂ ଭୋଟରମାନେ ଅସନ୍ତୁଷ୍ଟ ଥିବାବେଳେ ୧୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଏସ୍‌ଆଇଆର୍‌ କରିବା ଠିକ୍‌ ନୁହେଁ ବୋଲି ଖେଡ଼ା କହିଛନ୍ତି। ସେହିଭଳି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବଘେଲ କହିଛନ୍ତି ତାଙ୍କ ରାଜ୍ୟ ପାଇଁ ଏସ୍‌ଆଇଆର୍‌ ଘୋଷଣା କରାଯାଇଛି। କିନ୍ତୁ ବିହାରରେ କେତେଜଣ ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇଛି ନିର୍ବାଚନ କମିସନ ତାହା ଆମକୁ ଜଣାଇବା ଆବଶ୍ୟକ। କାରଣ ଏସଆଇଆର୍‌ ଦ୍ବାରା ବିଦେଶୀ ନାଗରିକଙ୍କୁ ଭୋଟର ତାଲିକାରୁ ବାଦ୍‌ ‌ଦେବା କଥା କୁହାଯାଉଛି ବୋଲି ସେ କହିଛନ୍ତି ।

Related Posts