ବିହାରରେ ରହିବେ ଏକାଧିକ ଉପ ମୁଖ୍ୟମନ୍ତ୍ରୀ: ତେଜସ୍ୱୀ ଯାଦବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାର ବିଧାନସଭା ନିର୍ବାଚନକୁ ନେଇ ସାରା ଦେଶର ନଜର ବିହାର ଉପରେ ରହିଛି । ଏହା ମଧ୍ୟରେ ତେଜସ୍ୱୀଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ମହାଗଠନ୍ଧନ ସରକାରରେ ଏକାଧିକ ଉପ ମୁଖ୍ୟମନ୍ତ୍ରୀ ରହିବେ। ଏନେଇ ଖୁବଶୀଘ୍ର ଘୋଷଣା ହେବ ବୋଲି ତେଜସ୍ୱୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ଆହୁରି ଅନେକ ଉପ ମୁଖ୍ୟମନ୍ତ୍ରୀ ରହିବେ। ଆପଣମାନେ କିଛି ଦିନ ଭିତରେ ସେସବୁ ଜାଣିପାରିବେ।” ତେଜସ୍ୱୀଙ୍କ କହିବା କଥା ଯେ ବର୍ତ୍ତମାନ ସରକାର ଉପରେ ବିହାରବାସୀ କ୍ଷୁବ୍ଧ ହୋଇ ରହିଛନ୍ତି। ସେମାନେ ପରିବର୍ତ୍ତନ ଚାହୁଁଛନ୍ତି। ସେ କହିଛନ୍ତି, “୨୦ ବର୍ଷ ହେଲାଣି ବର୍ତ୍ତମାନ ସରକାର ବିହାରବାସୀଙ୍କ ଶୋଷଣ କରିଚାଲିଛି। ବିହାରବାସୀ ପରିବର୍ତ୍ତନ ଚାହୁଁଛନ୍ତି। ସେମାନେ ବର୍ତ୍ତମାନର ସରକାର ଉପରେ ଖୁସି ନାହାନ୍ତି ବୋଲି କହିଛନ୍ତି ।

Related Posts