ବିହାର ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଲେ ମୋଦୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାର ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଲେ ମୋଦୀ । ଆଜି ନିର୍ବାଚନ ପ୍ରଚାର ପାଇଁ ବିହାର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ ବିହାରର ଜନନାୟକ କର୍ପୁରି ଠାକୁରଙ୍କ ଗାଁରୁ ପ୍ରଚାର ଆରମ୍ଭ କରିବେ । ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ଏହା ତାଙ୍କର ପ୍ରଥମ ସଭା ।

ଏହି ସଭାରେ ସେ ବିହାର ନିର୍ବାଚନ ପାଇଁ ଏଜେଣ୍ଡା ଘୋଷଣା କରିପାରନ୍ତି । ପରିବାରବାଦ, ଜଙ୍ଗଲରାଜ ପ୍ରସଙ୍ଗ ଉଠାଇ ବିରୋଧୀ ମେଣ୍ଟକୁ ଘେରିପାରନ୍ତି ପ୍ରଧାନମନ୍ତ୍ରୀ । ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ,ପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ପ୍ରଥମରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି । ଅମିତ୍ ଶାହ ନିର୍ବାଚନ ପରିଚାଳନା କରିବା ସହ ଅସନ୍ତୁଷ୍ଟ ପ୍ରର୍ଥୀଙ୍କୁ ମନାଇବା କାମରେ ଲାଗିଥିବା ବେଳେ ବକ୍ସର ଓ ସିବାନରେ ନିର୍ବାଚନ ରାଲି କରିବେ ବୋଲି ସୂଚନା ମିଳିଛି ।

Related Posts