ବିହାର ପରେ ଦେଶର ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଆଜି ଏସ୍‌ଆଇଆର୍‌‌

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାର ପରେ ଦେଶର ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଆଜି ଏସ୍‌ଆଇଆର୍‌‌ । ଦ୍ବିତୀୟ ପର୍ଯ୍ୟାୟରେ ଯେଉଁସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଏସ୍‌ଆଇଆର୍‌ ହେବ ସେଗୁଡ଼ିକ ହେଲା ଆଣ୍ଡାମାନ ଓ ନିକୋବର, ଗୋଆ, ପୁଡୁଚେରୀ, ଛତିଶଗଡ଼, ଗୁଜରାଟ, କେରଳ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, ତାମିଲନାଡ଼ୁ ଏବଂ ତେଲେଙ୍ଗାନା। ପାଖାପାଖି ୫୧ କୋଟି ଭୋଟରଙ୍କ ପାଇଁ ଉକ୍ତ ଏସ୍‌ଆଇଆର୍‌ ହେବ। ଏସ୍‌ଆଇଆର୍‌ ପ୍ରକ୍ରିୟାରେ ୫.୩୩ ଲକ୍ଷ ବୁଥ୍‌ସ୍ତରର ଅଧିକାରୀ (ବିଏଲ୍‌ଓ), ୭ ଲକ୍ଷରୁ ଅଧିକ ବୁଥ୍‌ସ୍ତରର ଏଜେଣ୍ଟ ସାମିଲ ହେବେ। ତାଲିମ ଓ ଛପା କାର୍ଯ୍ୟକ୍ରମ ଅକ୍ଟୋବର ୨୮ରୁ ଆରମ୍ଭ ହୋଇ ନଭେମ୍ବର ୩ ପର୍ଯ୍ୟନ୍ତ ଚାଲିବ। ବିଏଲ୍‌ଓମାନେ ଗଣତି ସମୟରେ ପ୍ରତ୍ୟେକ ଘରକୁ ୩ ଥର ଲେଖାଏଁ ପରିଦର୍ଶନ କରିବେ।

ନଭେମ୍ବର ୪ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଘରକୁ ଘର ଗଣତି କାର୍ଯ୍ୟ ହେବ। ଚିଠା ଭୋଟର ତାଲିକା ଡିସେମ୍ବର ୯ ତାରିଖରେ ପ୍ରକାଶ ପାଇବ। ଦାବି ଓ ଅଭିଯୋଗ ଗ୍ରହଣର ସମୟ ୨୦୨୫ ଡିସେମ୍ବର ୯ରୁ ୨୦୨୬ ଡିସେମ୍ବର ୮ ପର୍ଯ୍ୟନ୍ତ ରଖାଯାଇଛି। ନୋଟିସ ପର୍ଯ୍ୟାୟ (ଶୁଣାଣି ଓ ଯାଞ୍ଚ) ଅବଧି ୨୦୨୫ ଡିସେମ୍ବର ୯ରୁ ୨୦୨୬ ଜାନୁଆରି ୩୧ ପର୍ଯ୍ୟନ୍ତ ରହିଛି। ଶେଷରେ ଚୂଡ଼ାନ୍ତ ଭୋଟର ତାଲିକା ୨୦୨୬ ଫେବ୍ରୁଆରି ୭ରେ ପ୍ରକାଶ ପାଇବ ବୋଲି ନୂଆଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତର ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାର ଆଜି ସୂଚନା ଦେଇଛନ୍ତି।

Related Posts