ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାର ବିଧାନସଭାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜର ଧରିଛି । ବିହାରର ୧୮ଟି ଜିଲ୍ଲାର ୧୨୧ ବିଧାନସଭା ନିର୍ବାଚନମଣ୍ଡଳୀରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେଉଛି। ଏହା ମଧ୍ୟରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ୫୩.୭୭% ମତଦାନ ହୋଇଥିବାର ସୂଚନା ମିଳିଛି । ଅପରାହ୍ଣ ୫ଟା ଯାଏଁ ମତଦାନ ଜାରି ରହିବ।





