ବିହାର ବିଧାନସଭା ନିର୍ବାଚନ; ନିଜର ମଇଁଷି ଉପରେ ବସି ଭେଟ ଦେବାକୁ ପହଞ୍ଚିଲେ ସ୍ଥାନୀୟ ନେତା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାର ବିଧାନସଭାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜର ଧରିଛି । ବିହାରର ୧୮ଟି ଜିଲ୍ଲାର ୧୨୧ ବିଧାନସଭା ନିର୍ବାଚନମଣ୍ଡଳୀରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ହେଉଛି।ଏଭଳି ସମୟରେ ‌ନେତାପମାନଙ୍କର କିଛି ମଜାଳିଆ ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି। ତେବେ ସ୍ଥାନୀୟ ନେତା ଭାବେ ବେଶ ଲୋକପ୍ରିୟ ଥିବା କେଦାର ପ୍ରସାେଦ ଯାଦବ ଭୋଟ ଦେବା ପାଇଁ ଏକ ମଇଁଷି ପିଠିରେ ବସି ନିଜର ଯାତ୍ରା ଆରମ୍ଭ କରିଥିଲେ। ଏହି ସମୟରେ କିଛି ମହିଳାମାନେ ଗୀତ ଗାଇଗାଇ ନେତାଙ୍କ ସାଥୀରେ ଚାଲିଚାଲି ଭୋଟଦାନ କେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିଥିଲେ। ସେପଟେ ମଇଁଷି ପିଠିରେ ବସି ଯାତ୍ରା କରିବା ଘଟଣାକୁ ନେଇ କେଦାର ପ୍ରସାଦ ଯାଦବ କହିଛନ୍ତି, ‘ନିର୍ବାଚନ ପାଇଁ ଅଞ୍ଚଳରେ ଯାନବାହାନ ଚଳଚଳ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଥିଲା। ମୋର ବୁଥ ଦୁଇକିଲୋମିଟର ଦୂରରେ ଥିଲା। ତେଣୁ ମୁଁ କିଛି ଉପାୟ ନପାଇ ମୋ ମଇଁଷି ପିଠିରେ ବସି ଯାତ୍ରା କରିବାକୁ ସ୍ଥିର କରିଥିଲି। ସୁରକ୍ଷିତ ଭାବେ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ମୋତେ ପହଞ୍ଚାଇ ଦେଇଥିବାରୁ ମଇଁଷିକୁ ଅଶେଷ ଅଶେଷ ଧନ୍ୟବାଦ।

Related Posts