ବିହାର ବିଧାନସଭା ନିର୍ବାଚନ: ମହାମେଣ୍ଟରୁ ଅଲଗା ହୋଇ ଏକାକି ଦମ ଦେଖାଇବ ଜେଏମଏମ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାର ବିଧାନସଭା ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା ଜର ଧରିଛି । ଏହା ମଧ୍ୟରେ ମହାମେଣ୍ଟରୁ ଅଲଗା ହୋଇ ଏକାକି ଜେଏମଏମ ଲଢିବାର ଖବର ସାମ୍ନାକୁ ଆସିଛି। ଅକ୍ଟୋବର ୧୫ ପର୍ଯ୍ୟନ୍ତ ଜେଏମଏମ ପକ୍ଷରୁ ଓ୍ଵେଟ୍ ଆଣ୍ଡ ଓ୍ଵାଚ୍ ନୀତି ଆପଣା ଯାଇଥିଲା। ମାତ୍ର ଏବେ ପାର୍ଟି ସ୍ପଷ୍ଟ କରି ଦେଇଛି ଯେ, ବିହାରରେ କୌଣସି ବନ୍ଧୁତ୍ବପୂର୍ଣ୍ଣ ମୁକାବିଲା ହେବ ନାହିଁ। ଜେଏମଏମର ପାର୍ଟି ସାଧାରଣ ସଂପାଦକ ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ କହିଛନ୍ତି ଆମେ ଦୃଢତାର ସହ ନିର୍ବାଚନ ଲଢିବୁ, ଶତ୍ରୁ ତ ଶତ୍ରୁ ହୋଇଥାଏ।

ସେପଟେ ଜେଏମଏମର ସାଧାରଣ ସଂପାଦକ କହିଛନ୍ତି, ବିହାରରେ ପାର୍ଟି ୬ ସିଟ୍ ଧମଦାହା, ଚକାଇ, କଟୋରିଆ, ମନିହାରୀ, ଜମୁଇ ଓ ପୀରପେନ୍ତିରେ ପୂରା ଶକ୍ତିର ସହ ଲଢିବ। ଅନେକ ସିଟରେ ମହାମେଣ୍ଟରେ ଆରଜେଡି ଓ କଂଗ୍ରେସର ଫ୍ରେଣ୍ଡଲି ଫାଇଟ୍‌କୁ ନେଇ ଭଟ୍ଟାଚାର୍ଯ୍ୟ କହିଛନ୍ତି, ପ୍ରତିଟି ସ୍ଥାନରେ ପରିସ୍ଥିତି ଅଲଗା ରହିଥାଏ। ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି। କଂଗ୍ରେସ ଆରଜେଡି ବିରୋଧରେ କାହିଁକି ନିର୍ବାଚନ ଲଢୁଛି ? ସିପିଆଇ ଭିଆଇପି ବିରୋଧରେ ନିର୍ବାଚନ କାହିଁକି ଲଢୁଛି ? ନିର୍ବାଚନ ରଣନୀତି ଏମିତି ବଦଳିଥାଏ ବୋଲି କହିଛନ୍ତି।

Related Posts