ବିହାର ବିଧାନସଭା ନିର୍ବାଚନ; ୧୪୩ ଆସନରେ ଲଢ଼ିବ ଆରଜେଡି, ଜାରି କଲା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାର ବିଧାନସଭା ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା । ମୋଟ ୧୪୩ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି।ମହାଗଠବନ୍ଧନରେ ସିଟ୍‌ ଶେୟାରିଂ ଫର୍ମୁଲାରେ ସହମତି ହୋଇପାରୁ ନଥିବାରୁ ଆରଜେଡି ବିଧିବଦ୍ଧ ଭାବେ ପ୍ରାର୍ଥୀ ତାଲିକା ଜାରି କରି ନଥିଲା।

ତଥାପି ନିଜର ଆଶାୟୀ ପ୍ରାର୍ଥୀଙ୍କୁ ଦଳୀୟ ଟିକେଟ ଦେଇଥିଲା। ସେମାନେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୬ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୧୧ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଏସବୁ ଭିତରେ ମୋଟ ୧୪୩ଟି ଆସନରେ ଆରଜେଡି ଲଢ଼ିବ ବୋଲି ମହାଗଠବନ୍ଧନରେ ନିଷ୍ପତ୍ତି ହୋଇଛି ଓ ସେହି ଅନୁସାରେ ଦଳ ପ୍ରାର୍ଥୀ ତାଲିକା ଜାରି କରିଛି। ତେବେ ୨୦୨୦ ତୁଳନାରେ ଆରଜେଡି ଏଥର ଗୋଟିଏ ଆସନ ହରାଇଛି। ଦଳ ୨୦୨୦ରେ ୧୪୪ଟି ଆସନରେ ପ୍ରାର୍ଥୀ ଦେଇଥିଲା। କିନ୍ତୁ ଏଥର ଦଳ ୧୪୩ଟି ଆସନ ବୁଝାମଣା ଅନୁସାରେ ପାଇଛି। ତେଜସ୍ୱୀ ଯାଦବ ରାଘୋପୁର, ମାଧେପୁରାରୁ ଚନ୍ଦ୍ର ଶେଖର, ମୋକାମାରୁ ବୀଣା ଦେବୀ ଓ ଝାଝାରୁ ଉଦୟ ନାରାୟଣ ଚୌଧୁରୀ ଲଢ଼ିବେ ବୋଲି ସୂଚନା ମିଳିଛି ।

Related Posts