ବିହାର ବିଧାନସଭା ନିର୍ବାଚନ ପ୍ରଚାରର ଶେଷ ସପ୍ତାହରେ ପ୍ରଚାର ମଇଦାନରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାର ବିଧାନସଭା ନିର୍ବାଚନ ପ୍ରଚାରର ଶେଷ ସପ୍ତାହରେ ପ୍ରଚାର ମଇଦାନରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ତେବେ ଏନଡିଏ ସମେତ ମହାଗଠବନ୍ଧନର ବଡ଼ ନେତାମାନେ ମାରାଥନ ପ୍ରଚାର କରିଛନ୍ତି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ପ୍ରିୟଙ୍କା ଆଜି ଦୁଇଟି ନିର୍ବାଚନୀ ରାଲିରେ ଯୋଗଦେବାର ଥିଲେ ମଧ୍ୟ ବର୍ଷା ଯୋଗୁ ଗୋଟିଏ ରାଲି ବାତିଲ ହୋଇଛି । ସେପଟେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପ୍ରଚାର ପାଇଁ ମଝିରେ ଆଉ ମାତ୍ର ତିନିଦିନ । ଏନଡିଏ ଏବଂ ମହାଗଠବନ୍ଧନର ନେତାମାନେ ଜୋରଦାର ପ୍ରଚାର ଚଳାଇଛନ୍ତି ।

ପ୍ରଥମ ପର୍ଯ୍ୟାୟ ସହ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଚାଲିଛି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ବିହାରରେ ପ୍ରଚାର କରିଛନ୍ତି । ବେଗୁସରାଇର ବଛୱାଡ଼ାରେ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ରାଲିରେ ଯୋଗଦେଇଥିଲେ । ଏନଡିଏ ସରକାରକୁ ସମାଲୋଚନା କରି ନୂଆ ବିହାର ଗଠନ ପାଇଁ ମହାଗଠବନ୍ଧନକୁ ଜିତାଇବାକୁ ଲୋକଙ୍କୁ ନିବେଦନ କରିଥିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା।

Related Posts