ଭଡ଼ା ଘରୁ ବାହାରିଲା ପୁଳାପୁଳା ନକଲି ଟଙ୍କା

ଯାଜପୁର ଜିଲ୍ଲା ସନ୍ତ ମାଧବ ନିକଟର ଏକ ଭଡ଼ା ଘରୁ ମିଳିଛି ପୁଳାପୁଳା ଜାଲ୍‌ ନୋଟ୍‌ । ଯାହାର ମୂଲ୍ୟ ପ୍ରାୟ ୧୩ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିଛି । ଗିରଫ ଯୁବକ ହେଉଛନ୍ତି ଚନ୍ଦ୍ରମଣି ବଳ। ତାଙ୍କ ଘରୁ ପ୍ରିଣ୍ଟ ମେସିନ ଜବତ କରିଛି ଯାଜପୁର ପୋଲିସ ।

ଚନ୍ଦ୍ରମଣିଙ୍କ ଘର ମଙ୍ଗଳପୁର ଥାନା କାଟିଆ ଅଂଚଳରେ ହୋଇଥିବା ଜଣାପଡିଛି। ଏହି ଘଟଣାରେ ଆଜି ଦିନ ଗୋଟାଏ ବେଳେ ସମ୍ବାଦିକ ସମ୍ମିଳନୀ କରି ସମ୍ପୂର୍ଣ୍ଣ ତଥ୍ୟ ଦେବେ ବୋଲି ଏସପିଙ୍କ ପକ୍ଷରୁ ସୂଚନା ମିଳିଛି ।

ଗିରଫ ବ୍ୟକ୍ତିର ଘର ଯାଜପୁର ମଙ୍ଗଳପୁର ଥାନା କାଟିଆ ଅଞ୍ଚଳର ବୋଲି ଜଣାପଡିଛି । ତେବେ ଏତେ ପରିମାଣର ଜାଲ୍‌ ନୋଟ୍‌ ଏଠାକୁ ଆସିଲା କିପରି ? ଆଣିଲା କିଏ ? ଏଥିରେ ଆଉ କିଏ ସଂପୃକ୍ତି ? ସେନେଇ ମଧ୍ୟ ଛାନ୍‌ଭିନ୍‌ କରୁଛି ଟାଉନ୍‌ ଥାନା ପୋଲିସ ।

ତେବେ ଘଟଣା ସଂପର୍କରେ ସମସ୍ତ ତଥ୍ୟ ପ୍ରେସ୍‌ମିଟ୍‌ ଜରିଆରେ ଏସ୍‌ପି ଦେବେ ବୋଲି ସୂଚନା ରହିଛି । ଆଗକୁ ପଞ୍ଚାୟତ ନିର୍ବାଚନ ମଧ୍ୟ ଅଛି । ତାପୂର୍ବରୁ ଏତେ ପରିମାଣର ନକଲି ନୋଟ ଜବତ ହେବା । ପୋଲିସ ପାଇଁ ଏକ ସଫଳତା ବୋଲି ଆଶା କରାଯାଉଛି । କିନ୍ତୁ ଜବତ ହୋଇଥିବା ଟଙ୍କାର ଉତ୍ସ ସଂପର୍କରେ ବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ । ଏସ୍‌ପିଙ୍କ ପ୍ରେସ୍‌ମିଟ୍‌ ପରେ ସମସ୍ତ ରହସ୍ୟ ଉପରୁ ପରଦା ହଟିବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ।

Related Posts