ସତ୍ୟପାଠ 03/01 ଭଦ୍ରକ: ଘରୋଇ କଳିକୁ କେନ୍ଦ୍ରକରି ସ୍ତ୍ରୀର ତଣ୍ଟିଚିପି ହତ୍ୟାକଲା ସ୍ଵାମୀ । ଗାଁ ଲୋକ ପହଁଚିବାରୁ ଅଳ୍ପକେ ବର୍ତ୍ତିଲା ପୁଅ। ଭଦ୍ରକ ଜିଲା ପିରାହାଟ ଥାନା ଅଧିନସ୍ଥ ଶ୍ୟାମସୁନ୍ଦରପୁର ପଞ୍ଚାୟତ ତଳଦୁମୁକା ଗାଁରେ ଏହା ଦେଖିବାକୁ ମିଳିଛି । ମହାକୁଡ ସାହିର କହ୍ନେଇ ବେହେରା ଗତକାଲି ରାତିରେ କୌଣସି କାରଣରୁ ଉତ୍ୟକ୍ତ ହୋଇ ତାଙ୍କ ସ୍ତ୍ରୀ ରାଧାରାଣୀ ବେହେରା ଓ ୮ବର୍ଷର ପୁଅକୁ ତଣ୍ଟିଚିପି ମାରୁଥିବା ବେଳେ ଚିତ୍କାର ଶୁଣି କହ୍ନେଇର ମା’ ପଡିଶା ଲୋକଙ୍କୁ ଡାକ ପକାଇଥିଲେ। ମାତ୍ର ପଡୋଶୀ ଲୋକ ଆସିଲା ବେଳକୁ ସଇତାନ ସ୍ବାମୀ ସ୍ତ୍ରୀକୁ ମାରିଦେଇଥିଲା। ସ୍ଥାନୀୟ ଲୋକ ଘରର କବାଟ ଭାଙ୍ଗି ୮ ବର୍ଷର ପୁଅକୁ ଉଦ୍ଧାର କରିବା ସହ ସଇତାନ ସ୍ବାମୀ କହ୍ନେଇକୁ ଏକ ଘରେ ଚାବି ପକାଇ ରଖିବା ସହ ପୋଲିସକୁ ଖବର ଦେଇଥିଲେ। ପିରାହାଟ ପୋଲିସ ଆଜି ମଧ୍ୟାହ୍ନରେ ଘଟଣାସ୍ଥଳରେ ପହଞ୍ଚି ସଇତାନ ସ୍ବାମୀକୁ ଗିରଫ କରିବା ସହ ସ୍ତ୍ରୀର ଶବକୁ ଜବତ କରି ଭଦ୍ରକ ପଠାଇଛି। ଏଥିନେଇ ଗାଁରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।





