ଭାଜପାକୁ ସାପ ଆଉ ନିଜକୁ ବିନାଶକାରୀ ନେଉଳ ସହ ତୁଳନା କଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ, ଜଣାନ୍ତୁ ଏମିତି କାହିଁକି କହିଲେ

ଯୋଗୀ ସରକାରଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି | ଯେପରି ଯୋଗୀ ସରକାରଙ୍କ ଉପର କାହାର ନଜର ଲାଗିଯାଇଛି | ଏହାରି ଭିତରେ ପ୍ରଥମେ ଇସ୍ତଫା ଦେଇଥିଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଯୋଗୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଭାଜପା ସାପ ଆଉ ସାପକୁ ବିନାଶକାରୀ ମୁଁ ନେଉଳ ।

ଗୁରୁବାର ଭାଜପାକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଭାଜପା ସାପ ସଦୃଶ । ସାପର ବିନାଶକାରୀ ମୁଁ ନେଉଳ ବୋଲି କହିଛନ୍ତି ୟୁପିର ଓବିସି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ । ଜାନୁଆରୀ ୧୧ ତାରିଖରେ ସେ ଯୋଗୀ କ୍ୟାବିନେଟରୁ ଇସ୍ତଫା ଦେଇ ସମାଜବାଦୀ ପାର୍ଟିରେ ହାତ ମିଶାଇଥିଲେ । ଏହାପରେ ଉଭୟ ଆରଏସଏସ ଓ ଭାଜପାକୁ ଟାର୍ଗେଟ କରିଛନ୍ତି । ଆରଏସଏସକୁ କୋବ୍ରା ଓ ଭାଜପାକୁ ସାପ ସଦୃଶ ବୋଲି କହିଥିଲେ । ନିଜକୁ ନେଉଳ ସହ ତୁଳନା କରି ୟୁପିରୁ ସେମାନଙ୍କୁ ସଫା କରିବା ଯାଏ ଛାଡିବେ ନାହିଁ ବୋଲି କହିଥିଲେ |

BJP ଛାଡିବାର ଦିନକ ପରେ ସ୍ବାମୀ ପ୍ରସାଦଙ୍କ ବିରୋଧରେ ଓ୍ବାରେଣ୍ଟ ଜାରିସ୍ବାମୀ ପ୍ରସାଦ ମୌର୍ଯ୍ୟ ଉତ୍ତର ପ୍ରଦେଶର ପାଦ୍ରୁନା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ । 2016 ରେ ସେ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି (BSP)ରୁ ଇସ୍ତଫା ଦେଇ BJPରେ ଯୋଗ ଦେଇଥିଲେ । ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାରରେ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ମଧ୍ୟ ମିଳିଥିଲା । ଚଳିତ ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପି ଶିବିର ଛାଡିଛନ୍ତି ।

Related Posts