ଭାରତ ଖୁବଶୀଘ୍ର ରୁଷଠାରୁ ତେଲ କିଣିବା ବନ୍ଦ କରିଦେବ: ଡୋନାଲ୍ଡ ଟ୍ରମ୍ପ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତ ଓ ଆମେରିକା ମଧ୍ୟରେ ବର୍ତ୍ତମାନ ସମ୍ପର୍କ ଭଲ ନାହିଁ । ଏହାର ମୂଳ କାରଣ ଋଷ୍ ଆଉ ଭାରତର ମଧ୍ୟରେ ବଢୁଥିବା ବନ୍ଧୁତା । ସେପଟେ ଭାରତ ବନ୍ଧୁ ରାଷ୍ଟ୍ର ଋଷ ଠାରୁ ତେଲ ଆମଦାନୀ କରିଆସୁଛି । ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଟରିଫ ଲାଗିଥିବାର ଦେଖିବାକୁ ମିଳିଥିଲା । ଏହା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ନେଇ ପୁଣି ଏକ ବଡ଼ ବୟାନ ଦେଇଛନ୍ତି । ରୁଷଠାରୁ ଆଉ ତେଲ କିଣିବା ଭାରତ ବନ୍ଦ କରିବ ବୋଲି ସେ କହିଛନ୍ତି । ହେଲେ ବୟାନ ଉପରେ ଭାରତ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।

ତେବେ ଓଭାଲ ଅଫିସରେ ସାମ୍ୱାଦିକଙ୍କ ପ୍ରଶ୍ନର ଜବାବରେ ଦେଇ ଟ୍ରମ୍ପ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଭଲ ବନ୍ଧୁ ଓ ଦୁହିଁଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି । ଭାରତ ଖୁବଶୀଘ୍ର ରୁଷଠାରୁ ତେଲ କିଣିବା ବନ୍ଦ କରିଦେବ ।” ସେ ଦାବି କରିଛନ୍ତି ଯେ ନିଜେ ପ୍ରଧାନମନ୍ତ୍ରୀ ମୋଦୀ ବ୍ୟକ୍ତିଗତ ଭାବେ ତାଙ୍କୁ ଏହି ଆଶ୍ୱାସନା ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ ଭାରତର ଏହି ପଦକ୍ଷେପ ବହୁତ ବଡ଼ । ଏବେ ଚୀନ ମଧ୍ୟ ଏପରି କାମ କରୁ ବୋଲି ଆମେ ଚାହୁଁବୁ ବୋଲି କହିଛନ୍ତି । ଏହା ସହଭାରତରେ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ ଉପରେ ବି ଟ୍ରମ୍ପ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ପିଏମ୍ ମୋଦୀ ଚମତ୍କାର ଓ ମହାନ ବ୍ୟକ୍ତି । ମୋଦୀ ମୋତେ ପସନ୍ଦ କରନ୍ତି ବୋଲି ସର୍ଗିଓ ମୋତେ କହିଛନ୍ତି । ମୁଁ ବର୍ଷ ବର୍ଷ ଧରି ଭାରତକୁ ଦେଖୁଛି । ପ୍ରଥମେ ପ୍ରତିବର୍ଷ ଜଣେ ନେତା ଆସୁଥିଲେ, କିଛି ମାସ ପାଇଁ, କିଛି ବର୍ଷ ଯାଏ ରହୁଥିଲେ ।

କିନ୍ତୁ ଏବେ ମୋର ବନ୍ଧୁ ଦୀର୍ଘ ସମୟ ଧରି କ୍ଷମତାରେ ଅଛନ୍ତି ଓ ମୋତେ ଭରସା ଦେଇଛନ୍ତି ଯେ ସେ ରୁଷଠାରୁ ତେଲ କିଣିବେନି । ଟ୍ରମ୍ପ ଆହୁରି କହିଛନ୍ତି ଯେ ଏହି ପରିବର୍ତ୍ତନ ତୁରନ୍ତ ଲାଗୁ ହେବ ନାହିଁ, କିନ୍ତୁ କିଛି ସମୟ ପରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ତେବେ ଆମେରିକା ରାଷ୍ଟ୍ରପତିଙ୍କ ଏହି ଦାବି ଉପରେ ଭାରତ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ୱାଶିଂଟନ ସ୍ଥିତ ଭାରତୀୟ ଦୂତାବାସ ଏହି ମାମଲାରେ କୌଣସି ଜବାବ ଦେଇ ନଥିବାର ଦେଖିବାକୁ ମିଳିଛି ।

Related Posts