ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ରାଜ୍ୟଗୁଡ଼ିକୁ ମକଡ୍ରିଲ୍ କରିବା ପାଇଁ ନିର୍ଦ୍ଦେଶ ଦେଲା ଗୃହ ମନ୍ତ୍ରଣାଳୟ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ ରାଜ୍ୟଗୁଡ଼ିକ ମେ ୭ରେ ପ୍ରଭାବୀ ଢଙ୍ଗରେ ନାଗରିକଙ୍କ ସୁରକ୍ଷା ପାଇଁ ମକ ଡ୍ରିଲ୍ ଆୟୋଜନ କରିବେ । ପହଲଗାମ ଆତଙ୍କୀ ଆକ୍ରମଣ ପରେ କେନ୍ଦ୍ର ଦ୍ୱାରା ଜାରି ଏହି ନିର୍ଦ୍ଦେଶ ବର୍ତ୍ତମାନ ସମୟରେ ଅଧିକ ଗୁରୁତ୍ୱ ରଖୁଛି । ତେବେ ଶେଷ ଥର ପାଇଁ ୧୯୭୧ରେ ଏଭଳି ଅଭ୍ୟାସ କରାଯାଇଥିଲା । ଗୃହ ମନ୍ତ୍ରଣାଳୟ ଦ୍ୱାରା ରାଜ୍ୟଗୁଡ଼ିକୁ ଦିଆଯାଇଥିବା ନିର୍ଦ୍ଦେଶ ଗୁଡ଼ିକ ହେଲା ଆକାଶ ମାର୍ଗରୁ ଆକ୍ରମଣ ଚେତାବନୀ ଦେଉଥିବା ସାଇରନର ପରିଚାଳନା ।
ଶତ୍ରୁ ଆକ୍ରମଣ ସ୍ଥିତିରେ ନିଜକୁ ରକ୍ଷା କରିବା ପାଇଁ ନାଗରିକ ସୁରକ୍ଷା ଦିଗ ଉପରେ ନାଗରିକ, ଛାତ୍ର ଆଦିଙ୍କୁ ପ୍ରଶିକ୍ଷଣ । ଆକ୍ରମଣ ସ୍ଥିତିରେ କିପରି ନିଜରୁ ରକ୍ଷା କରିବେ ? ସେ ବାବଦରେ ଲୋକଙ୍କୁ ଜଣାଇବା ଓ ପ୍ରତିକ୍ଷଣ ଦେବା । ଗୁରୁତ୍ୱପୂର୍ଣ୍ଣ ପ୍ଲାଣ୍ଟ/ପ୍ରତିଷ୍ଠାନକୁ ଯୁଦ୍ଧ ସମୟରେ ଆକ୍ରମଣରୁ କିପରି ରକ୍ଷା କରିବା ଓ ସଂରକ୍ଷଣ ପ୍ରଦାନ କରିବା । ରେସ୍କୁ ଯୋଜନାର ଆଧୁନିକୀକରଣ ଓ ପୂର୍ବାଭ୍ୟାସ କରିବା।





