ଭୁବନେଶ୍ବର : ମନୀଷ ଅନୁରାଗ ହତ୍ୟା ମାମଲା । ଗିରଫ ହେଲେ ବାର୍ ମାଲିକ ପ୍ରଦ୍ୟୁମ୍ନ ଜେନା ଓ ଏବଂ ବାର୍ ପରିଚାଳନା କରୁଥିବା ପ୍ରସନ୍ନ ବେହେରା । କୋଭିଡ ଗାଇଡଲାଇନ୍ ଉଲ୍ଲଂଘନ ଅଭିଯୋଗରେ ଗିରଫ କଲା ତମାଣ୍ଡୋ ଥାନା ପୋଲିସ । ଅକ୍ଟୋବରର ବାର୍ ଲାଇସେନ୍ସ ଫି ପୈଠ ନକରି ଚଲାଉଥିଲେ ବାର୍ ।ତେବେ ଏହି ଘଟଣାରେ ଶୁକ୍ରବାର ଦିନ ତମାଣ୍ଡୋ ଥାନା ଅଧିକାରୀଙ୍କୁ ବଦଳି କରାଯାଇଛି ।
ସୂଚନାଯୋଗ୍ୟ ଯେ, ମନୀଷ ଅନୁରାଗ ଦାସଙ୍କ ହତ୍ୟାକାଣ୍ଡ ଘଟଣାର ଖୋଳତାଡ଼ କରୁଥିବା କମିସନରେଟ୍ ପୋଲିସକୁ ଦିନକୁ ଦିନ ନୂତନ ତଥ୍ୟ ମିଳିବାରେ ଲାଗିଛି। ମନୀଷଙ୍କ ହତ୍ୟାକାଣ୍ଡର ସୂତ୍ରପାତ ହୋଇଥିବା ପାତ୍ରପଡ଼ାସ୍ଥିତ ସାଉଥ୍ ସିଟି ବାରରେ ରେଡ୍ ପରେ ଭାବେ ଜଉମୁଦ ଦେଇ ପୋଲିସ ବନ୍ଦ କରିଛି। କରୋନା କଟକଣାକୁ ଉଲ୍ଲଘଂନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ବିନା ଅନୁମତି ପତ୍ରରେ ବେଆଇନ୍ ଭାବେ ବାର୍ ଚାଲୁଥିଲା।
ଏବେ ରାଜଧାନୀରେ ବେଆଇନ୍ ଭାବେ ନିୟମ ଉଲ୍ଲଘଂନ କରି ବାର ଚଳାଉଥିବା ଏହାର ମାଲିକ ପ୍ରଦ୍ୟୁମ୍ନ ଜେନା ଓ ଏହାକୁ ଲିଜ୍ ସୂତ୍ରରେ ନେଇ ଚଳାଉଥିବା କନଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ ତମାଣ୍ଡୋ ଥାନା ପୋଲିସ ଗିରଫ କରିଛି। ଥାନା ଅଧିକାରୀ ପ୍ରମୋଦ ପଟ୍ଟନାୟକଙ୍କୁ ତମାଣ୍ଡୋ ଥାନାରୁ ବଦଳି କରାଯାଇଛି ।





