ମହିଳାଙ୍କ ପେଟରୁ ବାହାରିଲା ୪୭ କିଲୋଗ୍ରାମର ଟ୍ୟୁମର

ଗୁଜୁରାଟ ଦେବଗଡ ବାରିଆରେ ଦେଖିବାକୁ ମିଳିଛି ଏକ ଅଶ୍ଚ୍ଛାଜ୍ୟ କଲା ପରି ଦୃଶ୍ୟ। ଯାହାକୁ ନେଇ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ମହିଳାଙ୍କ ପେଟରୁ ୪୭ କିଲୋଗ୍ରାମର ଟ୍ୟୁମର ବାହାରିଛି । ଯାହା ବୋଧେ ଭାରତ ଇତିହାସର ପ୍ରଥମ ଘଟଣା । ଡାକ୍ତରମାନେ ଅପରେଶନ କରି ଏହି ଟ୍ୟୁମର କାଢିଛନ୍ତି । ଏବେ ଉକ୍ତ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ମହିଳା ଜଣଙ୍କ ଦୀର୍ଘ ୧୮ ବର୍ଷ ଧରି ନିଜ ପେଟରେ ଏହି ଟ୍ୟୁମରକୁ ଧରି କିଭଳି ବଞ୍ଚିଥିଲେ ତାହା ବି ଚକିତ କରିଦେବା ଭଳି ଘଟଣା ।

ସୂଚନା ମୁତାବକ ଗୁଜୁରାଟ ଦେବଗଡ ବାରିଆ ଠାରେ ରହୁଥିବା ୫୬ ବର୍ଷିୟା ମହିଳା ଗତ ୧୮ ବର୍ଷ ଧରି ଟ୍ୟୁମର ସହ ବଞ୍ଚି ରହିଥିଲେ । ମହିଳାଙ୍କ ପୁଅର କହିବା ମୁତାବକ ପ୍ରାରମ୍ଭିକ ଅବସ୍ଥାରେ ଟ୍ୟୁମରର ଆକାର ଏତେ ବଡ ନଥିଲା । ପ୍ରଥମେ ଅନୁମାନ କରାଯାଉଥିଲା କି ଗ୍ୟାସ କାରଣରୁ ଏଭଳି ଭାବେ ପେଟ ଫୁଲି ରହୁଛି । ହେଲେ ଅଚାନକ ମହିଳାଙ୍କ ପେଟ ଅଧିକରୁ ଅଧିକ ଫୁଲିବାରେ ଲାଗିଲା । ହେଲେ ୨୦୦୪ ରେ ଅଲଟ୍ରାସୋନୋଗ୍ରାଫି ପରେ ଜଣାପଡିଲା କି ମହିଳାଙ୍କ ପେଟରେ ଏକ ବଡ ଟ୍ୟୁମରେ ରହିଛି । ହେଲେ ସେତେବେଳେ ଡାକ୍ତରମାନେ ମହିଳାଙ୍କ ଅପରେଶନ କରିବାକୁ ରାଜି ହୋଇ ନଥିଲେ ।

ଏପଟେ ଦେଖୁ ଦେଖୁ ମହିଳାଙ୍କ ପେଟରେ ଟ୍ୟୁମରଟି ବଢିବାରେ ଲାଗିଲା । ଏଥିପାଇଁ ମହିଳା ଜଣଙ୍କ ଅସହ୍ୟ ଯନ୍ତ୍ରଣା ଭୋଗିଲେ । ଏହାପରେ ପରିବାର ଲୋକେ ତାଙ୍କୁ ଗୁଜୁରାଟ ସ୍ଥିତି ଆପୋଲୋ ହସ୍ପିଟାଲ ନେଇଯାଇଥିଲେ । ସେଠାରେ ଡାକ୍ତରମାନେ ସମସ୍ତ ଯାଂଚ କରିସାରିବା ପରେ ଅପରେଶନ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏଭଳି ଅପରେଶନ ବିପଦପୂର୍ଣ୍ଣ ଥିଲା । ମାତ୍ର ଡାକ୍ତରମାନଙ୍କ ସାହସିକତା ପାଇଁ ଅପରେଶନ ସଫଳ ହେଲା ଓ ମହିଳାଙ୍କ ପେଟରୁ ୪୭ କିଲୋ ଓଜନର ଏକ ଟ୍ୟୁମର ବାହାର କରାଯାଇ ପାରିଲା । ଏବେ ଏହି ଘଟଣା ଅଂଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।

Related Posts